Report Card Odisha

| Daily Odia News

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିୱାଲ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ଆଜି ଅପରାହ୍ନରେ ସେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ଆତିଶୀ, ସୌରଭ ଭରଦ୍ୱାଜ ଓ ଗୋପାଳ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ। କେଜ୍ରିୱାଲ ଇସ୍ତଫା ଦେଇଥିବାରୁ ଏବେ ଆପର ଅନ୍ୟତମ ବରିଷ୍ଠ ନେତା ଆତିଶୀ ମାର୍ଲେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ। ଆଜି ସେ ମଧ୍ୟ ଉପ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। କେଜ୍ରିୱାଲ ଇସ୍ତଫା ଦେଇଥିବାରୁ ଖୁବଶୀଘ୍ର ସେ ରହୁଥିବା ସିଭିଲ୍‌ ଲାଇନ୍ସ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଙ୍ଗଳା ମଧ୍ୟ ଖାଲି କରିବେ। ଏହି ବଙ୍ଗଳାରେ କେଜ୍ରିଓ୍ୱାଲ ତାଙ୍କ ପତ୍ନୀ ସୁନୀତା, ନିଜର ପିଲା ଓ ବାପା-ମା’ଙ୍କ ସହ ରହୁଛନ୍ତି। ବଙ୍ଗଲା ଛାଡ଼ିବା ପାଇଁ ମଧ୍ୟ ସେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।

Breaking News