Report Card Odisha

| Daily Odia News

ଆସନ୍ତାକାଲି ସିଏମ୍‌ ଆବାସ ଖାଲି କରିବେ କେଜ୍ରିୱାଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତାକାଲି ସିଏମ୍‌ ଆବାସ ଖାଲି କରିବେ ରାଜଧାନୀ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ନିଜ ରହିବା ପାଇଁ ନୂଆ ଠିକଣାର ସନ୍ଧାନ କରି ସାରିଛନ୍ତି। ସେ ଆପ୍‌ ସାଂସଦ ଅଶୋକ ମିତ୍ତଲଙ୍କ ଘରେ ରହିବେ। ଅଶୋକ ମିତ୍ତଲଙ୍କ ଘର ନୂଆ ଦିଲ୍ଲୀ ବିଧାନସଭା ଅଞ୍ଚଳରେ ପଡ଼ୁଛି। କେଜ୍ରିୱାଲ ସିଏମ୍‌ ନିବାସ ଛାଡ଼ିବା ପରେ ଏପରି ଜାଗା ସନ୍ଧାନରେ ଥିଲେ ଯେଉଁଠୁ ବିଭିନ୍ନ ସ୍ଥାନକୁ ଯିବା ତାଙ୍କ ପାଇଁ ସୁଗମ ହେବ। ଏହାଦ୍ୱାରା ଯେପରି ସେ ସହରର ବିଭିନ୍ନ ସ୍ଥାନ ତଥା ଲୋକଙ୍କ ସହ ଯୋଡ଼ି ହୋଇ ପାରିବେ ତା’ ଉପରେ ଗୁରୁତ୍ୱାରୋପ କରୁଥିଲେ। ଏପରି ସନ୍ଧାନ ମଧ୍ୟରେ ତାଙ୍କୁ ଅଶୋକ ମିତ୍ତଲଙ୍କ ଘର ପସନ୍ଦ ଆସିଥିବାରୁ ସେ ସେଠାକୁ ଯିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ପାର୍ଟି ପକ୍ଷରୁ କୁହାଯାଇଥିଲା, ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ଥିବାରୁ କେଜ୍ରିୱାଲ ନିଜ ନିର୍ବାଚନ ମଣ୍ଡଳୀରେ ଏକ ଘର ସନ୍ଧାନ କରୁଛନ୍ତି । ସେ ଏପରି ଏକ ଘର ଖୋଜୁଛନ୍ତି ଯେଉଁଠୁ ତାଙ୍କୁ ବିଭିନ୍ନ ସ୍ଥାନକୁ ଯିବାକୁ ତଥା ଲୋକଙ୍କ ସହ ଯୋଡ଼ି ହେବାକୁ ବେଶି ସମୟର ଅପଚୟ କରିବାକୁ ପଡ଼ିବ ନାହିଁ। ଏଥିନିମନ୍ତେ ବିଭିନ୍ନ ସାମାଜିକା କାର୍ଯ୍ୟକର୍ତ୍ତାଙ୍କ ସମେତ ରାଜନୈତିକ ବ୍ୟକ୍ତିବିଶେଷ କେଜ୍ରିୱାଲଙ୍କୁ ନିଜ ଘରେ ରହିବାକୁ ଅଫର୍‌ ଦେଇଥିଲେ। ମାତ୍ର ଶେଷରେ ଦିଲ୍ଲୀର ପୂର୍ବତନ ସିଏମ୍‌ ଆପ୍‌ ସାଂସଦ ଅଶୋକ ମିତ୍ତଲଙ୍କ ଘରକୁ ଚୟନ କରିଛନ୍ତି। କେଜ୍ରିୱାଲ ଏକ ରାଷ୍ଟ୍ରୀୟ ପାର୍ଟିର ମୁଖ୍ୟ ହୋଇଥିବାରୁ ସେ କ୍ଷମତାରେ ନ ରହିଲେ ବି ତାଙ୍କୁ ଏକ ସରକାରୀ ଆବାସ ଯୋଗାଇ ଦେବାକୁ ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଅପିଲ୍‌ କରାଯାଇଥିଲା। ମାତ୍ର ଏନେଇ କେନ୍ଦ୍ର ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ।

Breaking News