Report Card Odisha

| Daily Odia News

ବିଜେଡିକୁ ବାହୁଡ଼ିବେ ଅରବିନ୍ଦ!…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଜେଡିକୁ ଭାରି ପଡ଼ିଲାକି ଅରବିନ୍ଦ ସମର୍ଥକଙ୍କ ମେଳି। ପୁନର୍ବିଚାର କରାଯିବ କହିଲେ ସମର୍ଥକ। ଶଙ୍ଖଭବନରେ ବରିଷ୍ଠ ନେତାଙ୍କୁ ଭେଟିବା ପରେ ଅରବିନ୍ଦଙ୍କ ସମର୍ଥକ ପ୍ରତିକ୍ରିୟା ରଖିଛନ୍ତି। ସେମାନେ କହିଛନ୍ତି, ପ୍ରତାପ ଜେନା, ଦେବୀପ୍ରସାଦ ମିଶ୍ର ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ପୁନର୍ବିଚାର କରିବାକୁ ସମୟ ମାଗିଛନ୍ତି, ପୁନର୍ବିଚାର କରାଯିବ କହିଛନ୍ତି। ସୂଚନାଯୋଗ୍ୟ, ଶଙ୍ଖଭବନ ଆଗରେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକଙ୍କ ମେଳି ଦେଖିବାକୁ ମିଳିଥିଲା। ବିରାଟ ପଟୁଆରରେ ପାଟକୁରାରୁ ଅରବିନ୍ଦଙ୍କ ଶହ ଶହ ସମର୍ଥକ ଆସିଥିଲେ। ବିଜେଡିରୁ ଅରବିନ୍ଦଙ୍କ ନିଲମ୍ବନକୁ ବିରୋଧ କରି ସମର୍ଥକ ମେଳି ବାନ୍ଧି ଆସିଥିଲେ। ଏହାକୁ ଦେଖି ନବୀନ ନିବାସ ଚାରିପଟେ ସୁରକ୍ଷା ବ୍ୟବସ୍ଥା ବଢ଼ିଥିଲା। ସୂଚନାଯୋଗ୍ୟ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ କରୁଥିବା ଦର୍ଶାଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ଯାହାକୁ ନେଇ ପାଟକୁରାବାସୀ ଅସନ୍ତୁଷ୍ଟ ଅଛନ୍ତି।

Breaking News