Report Card Odisha

| Daily Odia News

ଆର୍ଯ୍ୟନ୍‌ ଖାନ-ଅରବାଜ ମର୍ଚ୍ଚାଣ୍ଟ ଗିରଫ ପଛରେ ବିଜେପି……

ରିପୋର୍ଟ କାର୍ଡ / ମୁମ୍ବାଇ

ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କୁ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ପରେ ଦେଶବ୍ୟାପୀ ଚର୍ଚ୍ଚା ହେଉଛି। ଆର୍ଯ୍ୟନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି ଏନ୍‌ସିବି । ଏହାକୁ ନେଇ ବିଜେପିକୁ ଦଳକୁ ଟାର୍ଗେଟ୍‌ କରିଛି ଏନ୍‌ସିପି । ଆର୍ଯ୍ୟନ୍‌ ଖାନ ଏବଂ ଅରବାଜ ମର୍ଚ୍ଚାଣ୍ଟ ଗିରଫ ହେବାପଛରେ ବିଜେପିର ସିଧାସଳଖ ହାତ ଥିବା ଏନ୍‌ସିପି ଅଭିଯୋଗ କରିଛି । ଦଳ ପକ୍ଷରୁ କୁହାଯାଇଛି ଯେ, ଆର୍ଯ୍ୟନ ଖାନ ଏବଂ ଅରବାଜ୍ ମର୍ଚାଣ୍ଟଙ୍କୁ ମୁମ୍ବାଇ ସ୍ଥିତ ଏନ୍‌ସିବି କାର୍ଯ୍ୟାଳୟକୁ କିଛି ବେସରକାରୀ ଲୋକ ନେଇକି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବିଜେପି କାର୍ଯ୍ୟକର୍ତ୍ତା ଏବଂ ଅନ୍ୟଜଣେ ଫ୍ରଡ୍‌ ଥିଲା । ଯିଏକି ନିଜକୁ ପ୍ରାଇଭେଟ ଡିଟେକ୍ଟିଭ୍‌ ବୋଲି ଦାବି କରିଥିଲା । ଏନ୍‌ସିବି ପ୍ରବକ୍ତା ନଓ୍ବାବ୍‌ ମାଲିକ ନାର୍କୋଟିକ୍ସ କଣ୍ଟେ୍ରାଲ ବ୍ୟୁରୋ ଏନ୍‌ସିବି ଉପରେ ପ୍ରଶ୍ନବାଚୀ ଲଗାଇ କହିଛନ୍ତି, କିଭଳି ଭାବେ ଏନ୍‌ସିବି ହାଇପ୍ରୋଫାଇଲ ଲୋକମାନଙ୍କୁ କାର୍ଯ୍ୟାଳୟ ଭିତରକୁ ଯିବାକୁ ଅନୁମତି ଦେଲା । ଏନ୍‌ସିପି ନେତା ନଓ୍ବାବ୍‌ ମାଲିକ ବିଜେପିକୁ ମଧ୍ୟ ଘେରିଛନ୍ତି । ସେ କହିଛନ୍ତି, ଭାରତୀୟ ଜନତା ପାର୍ଟି ସ୍ପଷ୍ଟ କରୁ ଯେ, ସେହି ବ୍ୟକ୍ତିମାନେ ପ୍ରକୃତରେ କିଏ ଏବଂ କାହିଁକି ଏନ୍‌ସିବି କାର୍ଯ୍ୟାଳୟ ଭିତରକୁ ଯାଇଥି​‌ଲେ । କେବଳ ସେତିକି ନୁହେଁ ସେ ଦୁଇଟି ଭାଇରାଲ ଭିଡିଓ କ୍ଲିପ୍‌ ମଧ୍ୟ ଦେଖାଇଛନ୍ତି । ଯେଉଁଥିରେ କେପି ଗୋସ୍ବାମୀ ନାମକ ଜଣେ ବ୍ୟକ୍ତି ଆର୍ଯ୍ୟନକୁ ଏନ୍‌ସିବି କାର୍ଯ୍ୟାଳୟ ଭିତରକୁ ନେଇଯାଉଥିବା ଦେଖିବାକୁ ମିଳୁଛି । ସେହିଭଳି ଆଉ ଏକ ଭିଡିଓରେ ମନୀଷ ଭାନୁଶାଲୀଙ୍କୁ ଦେଖିବାକୁ ମିଳୁଛି ଯିଏକି ଅରବାଜ୍‌ ମର୍ଚାଣ୍ଟଙ୍କୁ ଏନ୍‌ସିବି କାର୍ଯ୍ୟାଳୟ ଭିତରକୁ ନେଇଯାଉଥିବା ଦେଖିବାକୁ ମିଳୁଛି । ନଓ୍ବାବ୍‌ ମାଲିକ୍‌ ଆହୁରି ମଧ୍ୟ କହିଛନ୍ତି, ‘ଅରବାଜ୍‌ ମର୍ଚାଣ୍ଟଙ୍କୁ ନେଇ ଏନସିବି ଅଫିସ ଯାଇଥିବା ଭାନୁଶାଲୀ ଜଣେ ବିଜେପି କାର୍ଯ୍ୟକର୍ତ୍ତା । କେବଳ ସେତିକି ନୁହେଁ ନିଜ ଫେସବୁକ୍‌ ପ୍ରୋଫାଇଲରେ ମଧ୍ୟ ସେ ନିଜକୁ ବିଜେପି ଉପାଧ୍ୟକ୍ଷ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଭୁଳି ନେତାଙ୍କ ସହିତ ଭାନୁଶାଲୀଙ୍କର ଫଟୋ ରହିଛି।’ ମନୀଷ ଭାନୁଶାଲୀ ଗତ ସେପ୍ଟେମ୍ବର ୨୧ ତାରିଖରେ ଦିଲ୍ଲୀରେ ଥିଲେ ଏବଂ କେନ୍ଦ୍ରୀୟ ନେତାଙ୍କୁ ଭେଟିଥିଲେ । ଏହା ପରେ ସେ ଗୁଜୁରାଟ ମଧ୍ୟ ଯାଇ ସେଠାରେ କିଛି ଦିନ ରହିଛନ୍ତି । ଏହି ସମୟରେ ଗୁଜୁରାଟର କିଛି ମନ୍ତ୍ରୀଙ୍କ ସହିତ ଭେଟ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଏନ୍‌ସିପି ନେତା ନଓ୍ବାବ୍‌ ମାଲିକ । ପରେ ଅକ୍ଟୋବର ୧ ତାରିଖରେ ମୁମ୍ବାଇ ଆସିବା ପରେ ୨ ତାରିଖ ବିଳମ୍ବିତ ରାତିରେ ରେଡ୍‌ କରାଯାଇଥିଲା । ଏଭଳି ଅଭିଯୋଗ ଆଣି ବିଜେପିକୁ ଘେରିଛଇ ଏନ୍‌ସିପି । କେବଳ ସେତିକି ନୁହେଁ ଏନ୍‌ସିବି ସହ ମିଶି ବିଜେପି ମହାରାଷ୍ଟ୍ରକୁ ବଦନାମ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି ।

Breaking News