ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନ୍ଙ୍କ ପୁଅ ଆର୍ୟାନ ଖାନ୍ଙ୍କୁ କ୍ଲିନ୍ଚିଟ୍ ମିଳିଛି। ଆଜି ଏନ୍ସିବି ପକ୍ଷରୁ କରାଯାଇଥିବା ଚାର୍ଜସିଟ୍ରେ ଆର୍ୟାନଙ୍କ ନାଁ ନାହିଁ ବୋଲି ସୂଚନା ରହିଛି। ଗତ ଅକ୍ଟୋବର ମାସରେ ଡ୍ରଗ୍ସ ମାମଲାରେ ତାଙ୍କ ନାମ ସାମ୍ନାକୁ ଆସିଥିଲା। ଅକ୍ଟୋବର ୨୮ ତାରିଖରେ ଜାମିନ୍ ପ୍ରଦାନ କରାଯାଇଥିଲା। ଗତ ଅକ୍ଟୋବର ମାସ ଆରମ୍ଭରେ ‘କ୍ରୁଜ୍ ଜାହାଜ’ରେ ଚଢ଼ାଉ ବେଳେ ଆର୍ୟାନ ଖାନ୍ ଡ୍ରଗ୍ସ ମାଲାରେ ସାମିଲ୍ ବୋଲି ଅଭିଯୋଗ ହୋଇଥିଲା। ଏହାପରେ ଏହି ମାମଲାକୁ ନେଇ ଖୋଳତାଢ଼ ଆରମ୍ଭ ହୋଇଥିଲା। ପରେ ଆର୍ୟାନଙ୍କୁ ଗିରଫ କରାଯାଇଥିଲା। ପରେ ‘ଡ୍ରଗ୍ସ୍-ଅନ୍-କ୍ରୁଜ୍’ ମାମଲାରେ ଗିରଫ ହୋଇ ମୁମ୍ବାଇ ଆର୍ଥର୍ ରୋଡ୍ ଜେଲ୍ରେ ଥିବା ଆର୍ୟାନ୍ଙ୍କୁ କିଛି ସର୍ତ୍ତ ଭିତ୍ତିରେ ବମ୍ବେ କୋର୍ଟ ଜାମିନ ମଞ୍ଜୁର କରିଥିଲେ। ୧୪ଟି ସର୍ତ୍ତ ରଖି ବମ୍ବେ ହାଇକୋର୍ଟ ଆର୍ୟନ୍ଙ୍କ ଜାମିନ ମଞ୍ଜୁର କରିଥିଲେ। ସେଗୁଡ଼ିକ ମଧ୍ୟରୁ ଦୁଇଟି ହେଉଛି ପୁଲିସକୁ ନ ଜଣାଇ ଆର୍ୟାନ୍ ମୁମ୍ବାଇରୁ ବାହାରକୁ ଯାଇ ପାରିବେ ନାହିଁ ଏବଂ ପ୍ରତି ଶୁକ୍ରବାର ଦିନ ‘ଏନ୍ସିବି’ରେ ହାଜର ହେବେ। ସର୍ତ୍ତାବଳୀରେ ଆହୁରି ମଧ୍ୟ ଉଲ୍ଲେଖ ଥିଲା ଯେ, ଆର୍ୟାନ୍ ପୁନର୍ବାର ସେଭଳି କୌଣସି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ। ଉକ୍ତ ମାମଲା ଅଭିଯୁକ୍ତ ହୋଇଥିବା ବନ୍ଧୁ ଅର୍ବାଜ୍ ମର୍ଚାଣ୍ଟ୍ଙ୍କ ସହ ସେ ଯୋଗାଯୋଗ କରିବେ ନାହିଁ କି, ଗଣମାଧ୍ୟମକୁ କିଛି କହିବେ ନାହିଁ। ଯଦି କୌଣସି ସର୍ତ୍ତ ଖିଲାପ ହୁଏ ତେବେ ‘ଏନ୍ବିସି’ ଆର୍ୟନ୍ଙ୍କ ଜାମିନ ଖାରଜ କରିବା ପାଇଁ ଅଦାଲତଙ୍କୁ ଅନୁରୋଧ କରିବ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..