ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁରୁବାର ଆସନ୍ତାକାଲି ଭାରତ-ଆମେରିକା ଆର୍ଥିକ ସହଯୋଗ ଶିଖର ବୈଠକ ଅନୁଷ୍ଠିତ ହେବ | ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକାର ଅର୍ଥମନ୍ତ୍ରୀ ଜ୍ୟାନେଟ୍ ୟେଲେନ୍ଙ୍କୁ ସାକ୍ଷାତ କରିବେ। ଅର୍ଥମନ୍ତ୍ରୀ ସୀତାରମଣ ଏକ ସପ୍ତାହ ଧରି ଆମେରିକା ଗସ୍ତରେ ଅଛନ୍ତି। ଭାରତ-ଆମେରିକା ଆର୍ଥିକ ଓ ଅର୍ଥନୈତିକ ସହଯୋଗ ଶିଖର ବୈଠକରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ। ଏହା ଅଷ୍ଟମ ଭାରତ-ଆମେରିକା ଆର୍ଥିକ ଓ ଅର୍ଥନୈତିକ ସହଯୋଗ ବୈଠକ ହେବ। ଏଥିରେ ଆମେରିକା ଫେଡେରାଲ୍ ରିଜର୍ଭର ପରିଚାଳନା ବୋର୍ଡ ଅଧ୍ୟକ୍ଷ ଜେରୋମ୍ ପାୱେଲ୍, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅଂଶ ଗ୍ରହଣ କରିବେ। ଅର୍ଥମନ୍ତ୍ରୀ ଜି-୨୦ ଶିଖର ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମୟରେ ସେ ପୁଞ୍ଜି ନିବେଶକାରୀମାନଙ୍କ ସହ ଏକ ଗୋଲ୍ ଟେବୁଲ୍ ବୈଠକରେ ଯୋଗଦେବେ। ଭାରତ-ଆମେରିକା ବ୍ୟବସାୟିକ ପରିଷଦ ଓ ଭଜ଼ର୍ଜ଼ଟିୟାଜ଼ ବ୍ୟବସାୟୀ ମହାସଂଘ ମିଳିତ ଭାବେ ଏହାର ଆୟୋଜନ କରିବେ। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ୱବ୍ୟାଙ୍କର ଅଫିସରମାନଙ୍କ ସହ କଥାବାର୍ତ୍ତାରେ ଯୋଗଦେବା ସମୟରେ ଶ୍ରୀମତୀ ସୀତାରମଣ’ ଜ୍ୟାନେଟ୍ ୟେଲେନ୍ଙ୍କ ସହ ଏକ ବୈଠକରେ କଥାବାର୍ତ୍ତା କରିବେ। ଆମେରିକା ଅର୍ଥ ବିଭାଗ ଏକ ବିବୃତିରେ କହିଛି ଭାରତ – ଆମେରିକା ସଂପର୍କରେ ସଂପ୍ରତି ଘଟିଥିବା ଉନ୍ନତି ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି। କରୋନା ସଂକ୍ରମଣ ଯୋଗୁଁ ବିଶ୍ୱ ଅର୍ଥନୈତିକ ସ୍ଥିତିରେ ଆସିଥିବା ମନ୍ଥରତାକୁ ଦୂର କରିବା, ଜଳବାୟୁ ପରିବର୍ତ୍ତନ, ଆନ୍ତର୍ଜାତିକ ପ୍ରସଙ୍ଗ ଓ ଆର୍ଥିକ ନିୟମାବଳୀ ଭଳି ଅନେକ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇବା ସମ୍ଭାବନା ରହିଛି।
More Stories
କୁମ୍ଭମେଳାରେ ବୁଡ ପକାଇବେ ପ୍ରଧାନମନ୍ତ୍ରୀ…..
ଆଜି ଭୋଟ୍ ଦେଉଛି ଦିଲ୍ଲୀ,୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର…..
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……