ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଆମାଜନର ପୂର୍ବତନ ମୁଖ୍ୟ ଜେଫ୍ ବୋଜେସ୍ ତାଙ୍କ କମ୍ପାନୀ ବ୍ଲୁ ଅରିଜିନ୍ର ପ୍ରଥମ କ୍ରୁ ଲଞ୍ଚରେ ମହାକାଶକୁ ଯାତ୍ରା କରିବେ। ତାଙ୍କ ସହିତ ଅନ୍ୟ ତିନି ଜଣ ଯାତ୍ରୀ ମଧ୍ୟ ଯୋଗଦେବେ। ଯେଉଁଥିରେ ତାଙ୍କ ଭାଇ, ପୂର୍ବତନ ପାଇଲଟ୍ ଏବଂ ପେଇଙ୍ଗ୍ କଷ୍ଟମର୍ ଅନ୍ତର୍ଭୁକ୍ତ। ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି କାଲି ଅତ୍ୟନ୍ତ ଦୁଃସାହସିକ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି। ଛୋଟ ଗ୍ୟାରେଜ୍ରୁ ନିଜ କ୍ୟାରିୟର୍ ଆରମ୍ଭ କରି ଆମାଜନର ମୁଖ୍ୟ ପଦରେ ଅବସ୍ଥାପିତ ହେବା ନିହାତି ଏକ ବଡ଼ ସଫଳତା। ଅନେକଙ୍କ ପ୍ରେରଣା ପାଲଟିଥିବା ଜେଫ୍ କାଲି ପ୍ରଥମ ମହାକାଶ ଯାତ୍ରା କରିବେ। ଜେଫ୍ ବେଜୋସଙ୍କ ଏହି ଯାତ୍ରାରେ ତାଙ୍କ ଭାଇ ମାର୍କ, ୮୨ ବର୍ଷିୟ ପୂର୍ବତନ ପାଇଲଟ୍ ୱାଲି ଫଙ୍କ୍ ଏବଂ ଜଣେ ୧୮ ବର୍ଷୀୟ ଯୁବକ ଯୋଗଦେବେ।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..