ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତାକାଲି ମଣ୍ଡପରେ ମା ଦୁର୍ଗାଙ୍କର ଷଷ୍ଠୀ ପୂଜା। ମଣ୍ଡପରେ ପୂଜା ପାଇବେ ଜଗତଜନନୀ ମା ଦୁର୍ଗା । ମାଆଙ୍କ ମୂର୍ତ୍ତିରେ ଶେଷ କାର୍ଯ୍ୟ ସାରିବାକୁ କାରିଗର ଜୋରଦାର ଲାଗିପଡିଛନ୍ତି । କୋଭିଡ କଟକଣା ମଧ୍ୟରେ ମାଆଙ୍କ ପୂଜା କରିବାକୁ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ପୂଜା କମିଟି। ଏଥର ବି ଦର୍ଶନ କଟକଣା ଥିବାରୁ ଷଷ୍ଠୀରୁ ଦଶମୀ ଯାଏଁ ମାଆଙ୍କ ସମସ୍ତ ନୀତିକାନ୍ତିର ଲାଇଭ୍ ଟେଲିକାଷ୍ଟ କରାଯିବ। ଏହାରି ଭିତରେ ପ୍ରଦୂଷଣ ମୁକ୍ତ ପୂଜା ପାଇଁ ସମସ୍ତ କମିଟିଙ୍କୁ ନିବେଦନ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ମଣ୍ଡପରେ ପୂଜା ପାଇବେ ଜଗତଜନନୀ । ସୋମବାର ମାଆଙ୍କ ଷଷ୍ଠୀ ପୂଜା। ସବୁ ବର୍ଷ ପରି ଏଥର ଯାକଯକମ ନାହିଁ । ତଥାପି ପୂଜା ପ୍ରସ୍ତୁତିରେ ଲାଗି ପଡିଛନ୍ତି ବିଭିନ୍ନ ପୂଜା କମିଟି। ଜୋରସୋରରେ ଚାଲିଛି ମାଆଙ୍କ ମୂର୍ତ୍ତିରେ ରଙ୍ଗକାମ । ପ୍ରାକୃତିକ ରଙ୍ଗରେ ମାଆଙ୍କ ମୂର୍ତ୍ତିକୁ ଜୀବନ୍ତ ରୂପ ଦେଉଛନ୍ତି କାରିଗର । ସରକାରଙ୍କ ନୀତି ନିୟମ ଓ କଟକଣାରେ ପୂଜା କରିବାକୁ ଅଂଟା ଭିଡିଛନ୍ତି ପୂଜା କମିଟି। ଏଥର ପୂଜାରେ ବାହ୍ୟ ଆଡମ୍ବର ହେବନି । ମୂର୍ତ୍ତି ୪ଫୁଟ୍ ଥିବାରୁ ସୁନା ବଦଳରେ ମାଆଙ୍କୁ ଲାଗିହେବ କିଣା ଅଳଙ୍କାର। ତଥାପି ବିଧିରକ୍ଷା ସହ ମାଆଙ୍କ ସମସ୍ତ ନୀତିକାନ୍ତି କରାଯିବ।
More Stories
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..
‘ବିକଶିତ ଗାଁ,ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ….
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ…..