ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲଖିମ୍ପୁର ଖରି ହିଂସାକାଣ୍ଡ ମାମଲାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଆଜି ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠ ଜାମିନ ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ, ଅକ୍ଟୋବର ୩ ତାରିଖ ଦିନ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଲଖିମ୍ପୁର ଖେରି ଗସ୍ତ ଆଗରୁ କୃଷକମାନଙ୍କ ପ୍ରତିବାଦ ବେଳେ ଘଟିଥିବା ଏହି ହିଂସାକାଣ୍ଡରେ କୃଷକ ଓ ‘ବିଜେପି’ କର୍ମୀଙ୍କ ସମେତ ସମୁଦାୟ ୮ଜଣଙ୍କର ମୃତ୍ୟୁ ଘଟିଥିଲା। ସେଥିରୁ ୪ ଜଣ ହେଲେ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ କାର୍ରେ ଯାଉଥିବା ‘ବିଜେପି’ କର୍ମୀ। ବାକି ୪ଜଣ ଥିଲେ ପ୍ରତିବାଦକାରୀ କୃଷକ। ଲଖିମ୍ପୁର ଖେରି ହିଂସାକାଣ୍ଡ ଘଟଣାର ତଦନ୍ତ କରୁଥିବା ‘ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍’ କହିଥିଲା ଯେ, ପ୍ରତିବାଦକାରୀ କୃଷକମାନଙ୍କୁ ହତ୍ୟା କରିବା ଲାଗି ଯୋଜନାବଦ୍ଧ ଷଡ୍ଯନ୍ତ୍ର ହୋଇଥିଲା।






More Stories
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ…..