ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ଛାଡ଼ିବା ପରେ ଭାରତୀୟ ଜନତା ପାର୍ଟିରେ ସାମିଲ୍ ହୋଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ବାନ। ଆଜି ବିଜେପିରେ ମିଶିବା ପରେ ସେ ତାଙ୍କର ପ୍ରଥମ ଅଭିଭାଷଣ ଦେଇଛନ୍ତି। ଏହି ଭାଷଣ ଦେବା ବେଳେ ଚୌହ୍ବାନ ଏକ ବଡ଼ ଭୁଲ୍ କରି କରିଥିଲେ । ଯାହାକୁ ନେଇ ସେଠାରେ ଉପସ୍ଥିିତ ସମେସ୍ତ ହସି ଥିଲେ। ଭାଷଣ ଆରମ୍ଭରୁ ଚୌହ୍ବାନ ମଞ୍ଚାସିନ ସମସ୍ତଙ୍କ ପାହ୍ୟା ଓ ନାମ ଧରି ସମ୍ବୋଧନ କରୁଥିବାର ନଜର ଆସିଛନ୍ତି। ସେତିକି ବେଳେ ସେ ଧନ୍ୟବାଦ ଅର୍ପଣ କରିବା ଉଦ୍ଦେଶ୍ୟରେ ମୁମ୍ବାଇର ବିଜେପି ମୁଖ୍ୟଙ୍କ ନାମ ନେବା ପରିବର୍ତ୍ତେ କଂଗ୍ରେସ ମୁଖ୍ୟ ବୋଲି କହି ପକାଇଥିଲେ। ସେତିକି ବେଳେ ତାଙ୍କ ତ୍ରୁଟିକୁ ସଂଶୋଧନ କରିବାକୁ ତତ୍କ୍ଷଣାତ୍ ଅଟକାଇ ଦେଇଥିଲେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍। ତା’ପରେ ସେ ସଂଶୋଧନ କରି ବିଜେପି ମୁଖ୍ୟ ବୋଲି ସମ୍ବୋଧନ କରିଥିଲେ। ଉଲ୍ଲେଖ ଯୋଗ୍ୟ- ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲେଙ୍କୁ ପଠାଇଥିବା ଚିଠିରେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଘୋଷଣା କରିଥିଲେ। କେବଳ କଂଗ୍ରେସ ନୁହେଁ ବରଂ ବିଧାୟକ ପଦରୁ ମଧ୍ୟ ଅଶୋକ ଇସ୍ତଫା ଦେଇଥିଲେ। ବାଚସ୍ପତି ରାହୁଲ ନାର୍ଭେକରଙ୍କୁ ଭେଟି ଅଶୋକ ଇସ୍ତଫାପତ୍ର ପ୍ରଦାନ କରିଥିଲେ।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..