Report Card Odisha

| Daily Odia News

ପ୍ରାର୍ଥୀପତ୍ର ଦାଖଲ କଲେ ଅଶୋକ ଗେହଲୋଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଧାନସଭା ନିର୍ବାଚନ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ସଦରପୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କ ନାମାଙ୍କନପତ୍ର ଦାଖଲ ବେଳେ ହଜାର ହଜାର କଂଗ୍ରେସ କର୍ମୀ ମଧ୍ୟ ପହଞ୍ଚିଥିଲେ। । ସର୍ଦ୍ଦାରପୁରକୁ କଂଗ୍ରେସର ଗଡ଼ କୁହାଯାଏ ଏବଂ ୧୯୯୮ରୁ ସମସ୍ତ ନିର୍ବାଚନରେ ଗେହଲୋଟ ଏହି ଆସନରୁ ଜିତିଛନ୍ତି। ୨୦୧୮ବିଧାନସଭା ନିର୍ବାଚନରେ ସେ ୬୩ପ୍ରତିଶତ ଭୋଟ ପାଇଥିଲେ। ନାମାଙ୍କନପତ୍ର ଦାଖଲ ବେଳେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନୀତା ଗେହଲୋଟ ଏବଂ ପୁଅ ବୈଭବ ଗେହଲୋଟ ତାଙ୍କ ସହ ଥିଲେ। ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ଭଉଣୀଙ୍କ ଆଶୀର୍ବାଦ ନେଇଥିଲେ। ସୋମବାର ଏଠାରେ ଥିବା ଉମାଇଦ ସିଂ ଷ୍ଟାଡିୟମରେ ଏକ ସାଧାରଣ ସଭା ମଧ୍ୟ ଧାର୍ଯ୍ୟ କରାଯାଇଛି ଯେଉଁଥିରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି |

Breaking News