ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତାକାଲି ଜୁନ୍ ୨୧ରେ ଆନ୍ତର୍ଜାତୀୟ ଯୋଗ ଦିବସ | ଏହି ଅବସରରେ ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶା ଗସ୍ତରେ ଆନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରେଳ ମନ୍ତ୍ରୀ କୋଣାର୍କ ମନ୍ଦିର ଐତିହ୍ୟ ସ୍ଥଳରେ ଆନ୍ତର୍ଜାତୀୟ ଯୋଗ ଦିବସର ନେତୃତ୍ୱ ନେବେ ଯେଉଁଠାରେ ସାଧାରଣ ଜନତା, ଛାତ୍ର ଏବଂ ବିଶେଷଜ୍ଞଙ୍କ ସହ ସମସ୍ତ କେନ୍ଦ୍ର ସରକାରୀ ଅନୁଷ୍ଠାନ ଅଂଶଗ୍ରହଣ କରିବେ। କୋଣାର୍କ ମନ୍ଦିରରେ କାର୍ଯ୍ୟକ୍ରମ ପ୍ରାୟ ସକାଳ ଛଅ ଘଟିକାରୁ ଆରମ୍ଭ ହୋଇ ପୂର୍ବାହ୍ନ ୮ଘ.୩୦ମି. ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ହେବ। କୋଣାର୍କ ମନ୍ଦିର ଠାରେ ଆୟୋଜିତ ଆନ୍ତର୍ଜାତୀୟ ଯୋଗ ଦିବସରେ ପ୍ରାୟ ୨ ହଜାର ଅଂଶଗ୍ରହଣକାରୀ ଯୋଗଦେବେ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସର ବାର୍ତ୍ତା ରହିଛି ‘ମାନବିକତା ପାଇଁ ଯୋଗ’। ମନୁଷ୍ୟ ଶରୀର ପାଇଁ ଯୋଗ ଶକ୍ତିଶାଳୀ ରହିବାକୁ ଏବଂ ଦୃଢ ପ୍ରତିରକ୍ଷା ପ୍ରଣାଳୀରେ ସାହାଯ୍ୟ କରେ। ଯୋଗ ହେଉଛି ଏକ ପ୍ରାଚୀନ ଆତ୍ମସଂଜମି ଅଭ୍ୟାସ ଯାହା ଭାରତରେ ଉତ୍ପନ୍ନ ହୋଇଛି ଯାହାକି ଶରୀର, ମନର ସମନ୍ୱୟ ହାସଲ କରିବା ପାଇଁ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକୁ ଏକତ୍ର କରିଥାଏ। ନିୟମିତ ଭାବେ ଯୋଗ ଅଭ୍ୟାସ କରିବାର ଅନେକ ଲାଭ ଅଛି। ମିଳିତ ଜାତିସଂଘର ସାଧାରଣ ଅଧିବେଶନ ୨୦୧୪ ଡିସେମ୍ବରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା ଯାହା ୨୦୧୫ ମସିହା ଜୁନ୍ ୨୧ଠାରୁ ବିଶ୍ୱବ୍ୟାପୀ କାର୍ଯ୍ୟକାରୀ ହୋଇଥିଲା।






More Stories
ଆଜିଠୁ ମାଟ୍ରିକ ଖାତା ଦେଖା…..
ବିଧାନସଭାରେ କୋକେଇ ଶୋଭାଯାତ୍ରା…..
ସ୍ବତନ୍ତ୍ର ଶାସନ ସଚିବ ବୁଝିବେ…..