Report Card Odisha

| Daily Odia News

ପୁରୀରେ ଏଏସ୍‌ଆଇ ଟିମ୍‌…..

ରିପୋର୍ଟ କାର୍ଡ / ପୁରୀ

ଆଜି ପୁରୀରେ ପହଞ୍ଚିଛନ୍ତି ଏଏସ୍‌ଆଇ ଟିମ୍‌ । ଏହି ଟିମ୍‌ରେ ଏଏସ୍‌ଆଇ ଆଞ୍ଚଳିକ ନିର୍ଦ୍ଦେଶକ ଓ ଏଏସ୍‌ଆଇ ସୁପରିଟେଣ୍ଡଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ପ୍ରଥମେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଐତିହ୍ୟ କରିଡର ବୁଲି ଦେଖିବେ । ଏଏସ୍‌ଆଇ ଟିମ୍‌ଙ୍କ ସହ ପୁରୀ ଜିଲ୍ଲାପାଳ ଏବଂ ପୁରୀ ଏସ୍‌ପି ଉପସ୍ଥିତ ରହିଛନ୍ତି । ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୩ତାରିଖରେ ପ୍ରକଳ୍ପକୁ ବିରୋଧ ଏବଂ ଶ୍ରୀମନ୍ଦିର ପ୍ରତି ପ୍ରକଳ୍ପ ବିପଦ ସୃଷ୍ଟି କରୁଥିବା ଅଭିଯୋଗରେ ଏକ ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ଦାଖଲ ହୋଇଥିଲା । ଏହାକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାକୁ ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଇଥିଲେ । ଏପ୍ରିଲ ୮ ତାରିଖରେ ହାଇକୋର୍ଟ ଶୁଣାଣି ତାରିଖର ୩ଦିନ ପୂର୍ବରୁ ପ୍ରକଳ୍ପର ଯୁଗ୍ମ ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଇଥିଲେ । ପରବର୍ତ୍ତୀ ଶୁଣାଣି ତାରିଖ ଥିଲା ୨୭ ଏପ୍ର୍ରିଲ । ଏହି ତାରିଖ ସୁଦ୍ଧା ଏଏସଆଇ ରିପୋର୍ଟ ଦଖଲ କରି ପାରିନଥିଲା । ଏଥିପାଇଁ ଏଏସଆଇ ଓକିଲ ଅଧିକ ସମୟ ମାଗିଥିଲେ । ସମୟ ଆବେଦନକୁ ବିଚାର କରି ଅଦାଲତ ମେ ୧୬ ତାରିଖର ପରବର୍ତ୍ତୀ ଶୁଣାଣି ତାରିଖ ନିର୍ଦ୍ଧାରଣ କରିଥିଲେ । ଅନ୍ୟପକ୍ଷରେ ପରିକ୍ରମା ପ୍ରକଳ୍ପ କାମ ସରିଯାଇପାରେ ଆଶଙ୍କା କରି କୋର୍ଟଙ୍କ ଶୁଣାଣି ତାରିଖକୁ କମାଇବାକୁ ଆଉ ଏକ ଆବେଦନ କରାଯାଇଥିଲା । ଏହି ଆଧାରରେ ହାଇକୋର୍ଟ ମେ’ ୯ ତାରିଖରେ ଶୁଣାଣି ତାରିଖ ନିର୍ଦ୍ଧାରଣ କରିଛନ୍ତି । ଏହି ଶୁଣାଣି ତାରିଖର ଦୁଇ ଦିନ ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ରିପୋର୍ଟ ଦାଖଲ କରିବାକୁ ଅଦାଲତ ଆଦେଶ ଦେଇଛନ୍ତି । ଏହି ପୃଷ୍ଠଭୂମିରେ ଏଏସଆଇ ଟିମ୍‌ ପରିଦର୍ଶନକୁ ଗୁରୁତ୍ୱ ଦିଆଯାଉଛି ।

 

Breaking News