ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ଦିଲ୍ଲୀର ଏକ ଅଦାଲତ ମଙ୍ଗଳବାର ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତ୍ରୀ ତଥା ‘ଦୁଖ୍ତରାନ-ଇ-ମିଲାତ୍’ ସଂଗଠନର ମୁଖ୍ୟ ଆସିୟା ଆନ୍ଦ୍ରାବିଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।
ଆସିୟାଙ୍କ ଅନ୍ୟ ଦୁଇ ସହଯୋଗୀ ସୋଫି ଫେମିଦା ଓ ନାହିଦା ନସରିନ୍ଙ୍କୁ ଅନୁରୂପ ଭାବେ ଦୋଷୀସାବ୍ୟସ୍ତ କରାଯାଇ ୩୦ ବର୍ଷ ଜେଲଦଣ୍ଡ ପ୍ରଦାନ କରାଯାଇଛି। ଆନ୍ଦ୍ରାବି ଓ ତାଙ୍କ ସଂଗଠନ ଜାମ୍ମୁ-କାଶ୍ମୀରକୁ ଭାରତରୁ ଅଲଗା କରି ପାକିସ୍ତାନ ସହ ମିଶ୍ରଣ କରିବାକୁ ବାରମ୍ବାର ଦାବି କରିଆସୁଛନ୍ତି। ଭାରତୀୟ ଆଇନ୍ ପରିବର୍ତ୍ତେ ଜାମ୍ମୁ-କାଶ୍ମୀରରେ ସାରିୟା ଆଇନ ପ୍ରଣୟନ କରିବାକୁ ମଧ୍ୟ ସେ ସ୍ବର ଉତ୍ତୋଳନ କରୁଥିଲେ। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ୨୦୧୮ରେ ତାଙ୍କୁ ଗିରଫ କରିଥିଲା।
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..ରିପୋର୍ଟ କାର୍ଡ / ନୂଆଦିଲ୍ଲୀଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ଦିଲ୍ଲୀର ଏକ ଅଦାଲତ ମଙ୍ଗଳବାର ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତ୍ରୀ ତଥା ‘ଦୁଖ୍ତରାନ-ଇ-ମିଲାତ୍’ ସଂଗଠନର ମୁଖ୍ୟ ଆସିୟା ଆନ୍ଦ୍ରାବିଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।ଆସିୟାଙ୍କ ଅନ୍ୟ ଦୁଇ ସହଯୋଗୀ ସୋଫି ଫେମିଦା ଓ ନାହିଦା ନସରିନ୍ଙ୍କୁ ଅନୁରୂପ ଭାବେ ଦୋଷୀସାବ୍ୟସ୍ତ କରାଯାଇ ୩୦ ବର୍ଷ ଜେଲଦଣ୍ଡ ପ୍ରଦାନ କରାଯାଇଛି। ଆନ୍ଦ୍ରାବି ଓ ତାଙ୍କ ସଂଗଠନ ଜାମ୍ମୁ-କାଶ୍ମୀରକୁ ଭାରତରୁ ଅଲଗା କରି ପାକିସ୍ତାନ ସହ ମିଶ୍ରଣ କରିବାକୁ ବାରମ୍ବାର ଦାବି କରିଆସୁଛନ୍ତି। ଭାରତୀୟ ଆଇନ୍ ପରିବର୍ତ୍ତେ ଜାମ୍ମୁ-କାଶ୍ମୀରରେ ସାରିୟା ଆଇନ ପ୍ରଣୟନ କରିବାକୁ ମଧ୍ୟ ସେ ସ୍ବର ଉତ୍ତୋଳନ କରୁଥିଲେ। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ୨୦୧୮ରେ ତାଙ୍କୁ ଗିରଫ କରିଥିଲା।






More Stories
ଲାଲୁଙ୍କ ପିଟିସନ ଖାରଜ…..
ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ……
ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ଗୃହୀତ…..