Report Card Odisha

| Daily Odia News

ଜାଭେଲିନ ଥ୍ରୋରରେ ନୀରଜଙ୍କୁ ସ୍ବର୍ଣ୍ଣ,କିଶୋରଙ୍କୁ ରୌପ୍ୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ା ଜାରିରହିଛି | ଚଳିତ ଏସୀୟ କ୍ରୀଡ଼ାରେ ଜାଭେଲିନ ଥ୍ରୋରରେ ଭାରତକୁ ମିଳିଛି ସ୍ବର୍ଣ୍ଣ ଆଉ ରୌପ୍ୟ | ନୀରଜ ଚୋପ୍ରା ସ୍ବର୍ଣ୍ଣ ଜିତିଥିବା ବେଳେ ଓଡ଼ିଆ ପୁଅ କିଶୋର ଜେନା ରୌପ୍ୟ ପଦକ ପାଇଛନ୍ତି | ଏହା ମଧ୍ୟରେ କିଶୋର ପୁଣି ଏକ ନୂଆ ଇତିହାସ ଲେଖିଛନ୍ତି । ପ୍ୟାରିସ ୨୦୨୪ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି କିଶୋର । ୧୧ ଦିନରେ ଭାରତ ଦୁଇଟି ସ୍ୱର୍ଣ୍ଣ ସହିତ ୯ଟି ପଦକ ହାସଲ କରିଥିବା ବେଳେ ଆଜି ବର୍ତ୍ତମାନ ସୁଦ୍ଧା ଭାରତର ପଦକ ସଂଖ୍ୟା ୭୬ରେ ପହଞ୍ଚିଛି । ସେଥିମଧ୍ୟରେ ୧୬ଟି ସ୍ୱର୍ଣ୍ଣ, ୨୮ଟି ରୌପ୍ୟ ଓ ୩୨ଟି ବ୍ରୋଞ୍ଜ ରହିଛି ।

Breaking News