ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହାତଗଣ୍ଠି ପଡ଼ିବା ପୂର୍ବରୁ ପଡିଲା ହାତକଡ଼ି । ଵିଵାହାପାଇଁ ସବୁ କିଛି ପ୍ରସ୍ତୁତି ବି ଶେଷ ହୋଇଥିଲା। ଉଭୟ ନିର୍ବନ୍ଧ ବି କରି ସାରିଥିଲେ। ବାହାଘର ପୂର୍ବରୁ ଖୋଲିଗଲା ଭାବୀ ସ୍ୱାମୀର ଅସଲ ଚେହେରା। ସେ ଜଣେ ମହାଠକ ବୋଲି ଜଣାପଡ଼ିବା ପରେ ନିଜେ କନ୍ୟା ହିଁ ତାଙ୍କ ହାତରେ ହାତକଡ଼ି ପିନ୍ଧାଇଛନ୍ତି। କାରଣ ମହାଠକ ଜଣଙ୍କ ଯାହାକୁ ବାହା ହେବାକୁ ଯାଉଥିଲେ ସେ ଜଣେ ପୋଲିସ ଅଧିକାରୀ। ଆସାମ ପୋଲିସର ଲେଡି ସିଂହମ ନାଁରେ ପରିଚିତ ଜୁନମୋନି ରାବହାଙ୍କ ଏପରି ପଦକ୍ଷେପ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି। ଆସାମର ନାଗାଓଁ ପୋଲିବରେ କାମ କରୁଥିବା ଜୁନମୋନିଙ୍କ ବାହାଘର ରାଣା ପୋଗାଗଙ୍କପ ସହ ଠିକ୍ ହୋଇଥିଲା। ଗତବର୍ଷ ଅକ୍ଟୋବରରେ ଉଭୟ ନିର୍ବନ୍ଧ ମଧ୍ୟ କରିଥିଲେ। ଚଳିତ ବର୍ଷ ନଭେମ୍ବର୍ରେ ସେମାନେ ବାହା ହୋଇଥାଆନ୍ତେ। କିନ୍ତୁ ପୋଗାଗ ଜଣେ ମହାଠକ ବୋଲି ଜଣାପଡ଼ିଛି। ସେ ଓଏନଜିସିରେ ଚାକିରି କରାଇ ଦେବା ନାଁରେ ଅନେକ ଲୋକଙ୍କ ଠାରୁ କୋଟିକୋଟି ଟଙ୍କା ଲୁଟ୍ କରିଛନ୍ତି। ଦୀର୍ଘ ବର୍ଷ ହେଲା ସେ ଏପରି କରୁଥିଲେ ମଧ୍ୟ କେହି ବି କିଛି ଜାଣି ପାରୁ ନଥିଲେ। ଏସବୁ ଭିତରେ ସେ ଜୁନମୋନିଙ୍କ ସହ ପରିଚିତ ହୋଇଥିଲେ। ନିଜକୁ ସେ ପବ୍ଲିକ ରିଲେସନ ଅଫିସର ଭାବେ ପରିଚୟ ଦେଇଥିଲେ। ଜୁନମୋନି ନାଗାଓଁର ସବ ଇନସପେକ୍ଟର ଥିବା ବେଳେ ପୋଗାଗ ତାଙ୍କୁ ନିଜ ଜାଲରେ ଫସାଇବାକୁ ଚେଷ୍ଟା କରିଥିଲେ। କିଛି ଦିନର କଥାବାର୍ତ୍ତା ପରେ ଉଭୟ ଗତବର୍ଷ ଅକ୍ଟୋବର ମାସରେ ନିର୍ବନ୍ଧ କରିଥିଲେ। ଚଳିତ ବର୍ଷ ନଭେମ୍ବରରେ ଉଭୟ ବିବାହ କରିଥାଆନ୍ତେ। ହେଲେ ହଠାତ୍ ଜୁନମୋନିଙ୍କ ପାଖରେ ପୋଗାଗଙ୍କୁ ନେଇ ଚାଞ୍ଚଲ୍ୟକର ତଥ୍ୟ ପହଞ୍ଚିଥିଲା। ସେ ଜଣେ ମହାଠକ ବୋଲି ଜଣାପଡ଼ିବା ପରେ ନିଜେ ଜୁନମୋନି ତାଙ୍କ ନାଁରେ ଏଫଆଇଆର କରିଥିଲେ। ଶେଷ ପୋଲିସ ତାଙ୍କୁ ଗୁରୁବାର ଗିରଫ କରିଛି। ଏହି ଅପରେସନରେ ଜୁନମୋନି ମଧ୍ୟ ସାମିଲ ଥିଲେ। ପୋଗାଗଙ୍କ ଗିରଫଦାରୀ ପରେ ଜୁନମୋନି କହିଛନ୍ତି, “ରାଣା ପୋଗାଗଙ୍କ ସମ୍ପର୍କରେ ମୋ ପାଖରେ ସୂଚନା ପହଞ୍ଚାଇଥିବା ୩ ଜଣ ଲୋକଙ୍କ ପାଖରେ ମୁଁ କୃତଜ୍ଞ। ସେ ଜଣେ ମହାଠକ। ସେହି ୩ ଜଣ ଲୋକ ମୋ ଆଖି ଖୋଲି ଦେଇଛନ୍ତି।”
More Stories
ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିହତ…..
ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୩୮ ମୃତ, ୨୯ ଆହତ……
ଆସନ୍ତାକାଲି ଆସିବ ମହାରାଷ୍ଟ୍ର-ଝାଡ଼ଖଣ୍ଡ ନିର୍ବାଚନ ଫଳ…..