Report Card Odisha

| Daily Odia News

ଯବାନଙ୍କ ଗୁଳିମାଡ଼ରେ ୬ ସହକର୍ମୀ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସାମ ରାଇଫଲ୍‌ର ଯବାନଙ୍କ ଗୁଳିରେ ୬ ଜଣ ସହକର୍ମୀ ଆହତ ହୋଇଛନ୍ତି। ମଣିପୁର ପୋଲିସର ସୂଚନା ମୁତାବକ ଯବାନ ଜଣକ ତାଙ୍କର ସହକର୍ମୀମାନଙ୍କୁ ଗୁଳି ମାରିବା ପରେ ନିଜକୁ ଗୁଳି ମାରି ଦେଇଥିଲେ। ମଙ୍ଗଳବାର ଦିନ ଦକ୍ଷିଣ ମଣିପୁରର ଇଣ୍ଡୋ-ମିଆଁମାର ସୀମା ନିକଟରେ ଥିବା ଏକ ବାଟାଲିୟନ କ୍ୟାମ୍ପରେ ଆସାମ ରାଇଫଲ୍ସ ଜବାନ୍ ତାଙ୍କ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ଏଥିରେ ଆହତ ହୋଇଥିବା ସମସ୍ତ ୬ ଜଣ ମଣିପୁରର ନୁହଁନ୍ତି ବୋଲି ଜଣାପଡିଛି । ସମସ୍ତ ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ମିଲିଟାରି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

Breaking News