ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ଦିନ | ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବା ନେଇ ଚର୍ଚ୍ଚା ହେଉଥିଲା | ଗୃହରେ ବେଦାନ୍ତ ଜମି ତାତି ଦେଖିବାକୁ ମିଳିଛି। ଏନେଇ ୩୦ ମିନିଟ୍ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିବା ପରେ ଶୂନ୍ୟକାଳରେ ଉଠିଛି ବେଦାନ୍ତ ଜମି ହସ୍ତାନ୍ତର ପ୍ରସଙ୍ଗ। ବେଦାନ୍ତ ନେଇଥିବା ଜମି ରାଜ୍ୟ ସରକାର ତୁରନ୍ତ ଫେରାଇ ଆଣନ୍ତୁ ବୋଲି ଦାବି କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବେଦାନ୍ତ ନେଇଥିବା ଜମିକୁ ଫେରସ୍ତ ପାଇଁ ସୁପ୍ରିମକୋର୍ଟ ରାୟ ଦେଇଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସରକାର କାହିଁକି ପାଳନ କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ସେ। ଏପରିକି ସୁପ୍ରିମକୋର୍ଟଙ୍କ ରାୟ ପାଳନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଦାବି କରିଥିଲେ ନରସିଂହ ମିଶ୍ର। ବାଚସ୍ପତି ନିର୍ଦ୍ଦେଶ ନ ଦେବା ଯାଏଁ ଗୃହର ମଧ୍ୟଭାଗରେ ଧାରଣାରେ ବସି ରହିବାକୁ କହିଥିଲେ କଂଗ୍ରେସ ବିଧାୟକ ଦଳ ନେତା। ଅନ୍ୟପଟେ ଏ ପ୍ରସଙ୍ଗରେ ଅନୁଧ୍ୟାନ କରିବା ପରେ କୌଣସି ନିଷ୍ପତ୍ତି ନେବାକୁ ବାଚସ୍ପତି କହିଥିଲେ। କେତେ ଦିନ ମଧ୍ୟରେ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବେ ବୋଲି ସେ ବାଚସ୍ପତିଙ୍କୁ ପଚାରିବା ସହ ଗୃହର ମଧ୍ୟଭାଗରେ ଧାରଣା ଦେଇଥିଲେ। ଫଳରେ ଗୃହକୁ ୩୦ ମିନିଟ୍ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ।






More Stories
୬ରୁ ସକାଳୁଆ କୋର୍ଟ……
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..