ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାନସଭା ଆଜିକୁ ନବମ ଦିନରେ ପହଂଚିଥିଲେ ମଧ୍ୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଲାଗିରହିଛି | ବାଚସ୍ପତିଙ୍କ ଉପରକୁ ବ୍ୟାନର ଫୋପାଡ଼ିଲେ ବିରୋଧୀ | ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସକାଳେ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିଥିଲେ । କଂଗ୍ରେସ ଓ ବିଜେପି ସଦସ୍ୟମାନେ ଘଣ୍ଟ ବଜାଇବା ସହ ପ୍ଲାକାର୍ଡ ଦେଖାଇ ପ୍ରତିବାଦ କରିଥିଲେ । ବିଜେପି କର୍ମୀଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ କରି ବିଜେପି ସଦସ୍ୟମାନେ ମାନେ ପ୍ଲାକାର୍ଡ ଦେଖାଇଥିଲେ । ଏଥିଯୋଗୁଁ ଦିନ ୧୧ଟା ୩୦ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରାଯାଇଥିଲା । ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ବିରୋଧୀମାନେ ଘଣ୍ଟ ବଜାଇଥିଲେ । ଏଥିସହ ବାଚସ୍ପତିଙ୍କ ଉପରକୁ ବିରୋଧୀମାନେ ବ୍ୟାନର ଫୋପାଡିଥିଲେ । ଏଥିଯୋଗୁଁ ୩୦ ମିନିଟ୍ ପାଇଁ ଗୃହକୁ ମୁଲତବି କରାଯାଇଛି । ଏହାପରେ ମଧ୍ୟାହ୍ନରେ ଗୃହକାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲେ ହେଁ, ଅଚଳାବସ୍ଥା ଦେଖାଦେବାରୁ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବି ଘୋଷଣା କରିଛନ୍ତି । ଏହାପରେ ଗୃହକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..