ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଧାନସଭା ଶୀତ ଅଧିବେଶନର ଷଷ୍ଠ ଦିନରେ ବି ଗୃହ ଅଚଳ ବସ୍ଥା । ଗୃହରେ ବିରୋଧୀଙ୍କର ହଟ୍ଟଗୋଳ ଲାଗିରହିଛି | ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିଛନ୍ତି । ମମିତା ମେହେର ପ୍ରସଙ୍ଗରେ ଗର୍ଜିଛନ୍ତି ବିରୋଧୀ । ଫଳରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ସେପଟେ ଗୃହରେ ଘଣ୍ଟ ବାଡେଇ ବିଜେପି ପ୍ରତିବାଦ କରିଥିବା ବେଳେ କେନ୍ଦ୍ର ଅବହେଳା ପ୍ରସଙ୍ଗ ସହ ଅନ୍ୟ ପ୍ରସଙ୍ଗ ନେଇ ବିଜେଡି ମଧ୍ୟ ପ୍ରତିବାଦ କରିଛି । ବିରୋଧୀଙ୍କ ଉପରକୁ ବିଜେଡି ଗଙ୍ଗା ଜଳ ପକାଇଛି । ଗୃହର ମଧ୍ୟଭାଗରେ ତିନି ଦଳଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ଘୋଷଣା ହୋଇଛି । ବିଧାନସଭା ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ ବିଜେଡି ବିଧାୟକ ଧାରଣା ଦେଇଛନ୍ତି ।
Discussion about this post