ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୨ ତାରିଖ ଅର୍ଥତ ଆସନ୍ତାକାଲି ଶନିବାର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନର ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ବିଧାନସଭା ଅଧିବେଶନ କାଳରେ ମୋଟ୍ ୨୪ଟି କାର୍ଯ୍ୟ ଦିବସ ରହିଥିବାବେଳେ ପ୍ରତିଦିନ ଗୃହକାର୍ଯ୍ୟ ୬ ଘଣ୍ଟା ଲେଖାଏଁ ଚାଲିବ । ଏନେଇ ବୁଧବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ବୁଧବାର ଠାରୁ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ, ସୁରକ୍ଷାକର୍ମୀ ଓ ସାମ୍ବାଦିକଙ୍କ କରୋନା ଟେଷ୍ଟ ଆରମ୍ଭ ହୋଇଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଥିବ ସେମାନେ ବିଧାନସଭା ଭିତରକୁ ଆସିବା ପାଇଁ ଅନୁମତି ପାଇବେ । ବିଧାନସଭା ଅଧିବେଶନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗୁରୁବାର ଗୁଇନ୍ଦା ନିର୍ଦ୍ଦେଶକ ଏବଂ ପୋଲିସ କମିଶନର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ବିଧାନସଭା ଅଧିବେଶନକୁ ନଜରରେ ରଖି ରାଜଧାନୀରେ ୬ ଜଣ ଅତିରିକ୍ତ ଡିସିିଙ୍କ ସହ ୧୧ ଜଣ ଡିଏସ୍ପିଙ୍କୁ ନିୟୋଜିତ କରାଯାଇଛି ।






More Stories
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..
ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ…..