ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୁଇ ଦିନର ପରେ ଆଜିଠୁ ପୁଣି ସରଗରମ ହେବ ବିଧାନସଭା। ୨୦୧୪-୨୫ ଆର୍ଥିକ ବଜେଟ୍ ଉପରେ ଗୃହରେ ସାଧାରଣ ଆଲୋଚନା ଆରମ୍ଭ ହେବ। ୨ ଲକ୍ଷ ୬୫ ହଜାର କୋଟିର ବଜେଟ୍ ମୋହନ ସରକାର ଆଣିଛନ୍ତି। ତେବେ ଏହାଉପରେ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ସେମାନଙ୍କର ମତ ରଖିଛନ୍ତି । ଏହାରି ଭିତରେ ବିରୋଧୀଙ୍କ ହାତରେ ଲାଗିଛି ଏକ ନୂଆ ପ୍ରସଙ୍ଗ। ମୁଖ୍ୟମନ୍ତ୍ରୀ ଅଧିବେଶନ ଚାଲିଥିବା ସମୟରେ କିପରି ଗୃହ ବାହାରେ ଏକ ସରକାରୀ ଘୋଷଣା କଲେ , ତାହାକୁ ନେଇ ସରକାରଙ୍କୁ ଗୃହରେ ଘେରିବେ ବିରୋଧୀ। ଅଗ୍ନିବୀରଙ୍କୁ ନିଯୁକ୍ତ କ୍ଷେତ୍ରରେ ୧୦ ପ୍ରତିଶତର ସଂରକ୍ଷଣ ଘୋଷଣାକୁ କଂଗ୍ରେସ ଏବଂ ବିଜେଡି ସ୍ଵାଧିକାର ଭଙ୍ଗ ପ୍ରସ୍ତାବ ଆଣିବା ସହ ନୀତି ଆୟୋଗ ବୈଠକରେ ରାଜ୍ୟ ସ୍ଵାର୍ଥ ପ୍ରସଙ୍ଗ ଉଠାଯାଇନଥିବାରୁ ଏହାକୁ ଗୃହରେ ଉଠାଇ ପାରନ୍ତି। ଅନ୍ୟପଟେ ଆଜି ଗୃହରେ ରହିଛି ଗୁରୁତ୍ଵପୂର୍ଣ୍ଣ ବିଭାଗ ଗୁଡିକର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ଗୃହ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକ୍ରୋଟୋନିକ୍ସ, ସୂଚନା ପ୍ରଯୁକ୍ତି ବିଦ୍ୟା , ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ , ଅର୍ଥବିଭାଗ ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗର ଆଜି ଆଲୋଚନା ରହିଛି।





More Stories
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..
୧୩ରେ ରାଜ୍ୟ କ୍ୟାବିନେଟ୍……