ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସିଷ୍ଟାଣ୍ଟ ପ୍ରଫେସର୍ ନିଯୁକ୍ତି ପାଇବା ପାଇଁ ପିଏଚ୍ଡି ବାଧ୍ୟତାମୂଳକ ନାହିଁ । କରୋନା ଯୋଗୁ ପିଏଚଡି ବାଧ୍ୟତାମୂଳକ ନିୟମ ଚଳିତବର୍ଷ ଜୁଲାଇ ବଦଳରେ ଲାଗୁ ନହୋଇ ୨୦୨୩ ମସିହା ଜୁଲାଇ ମାସରୁ ଏହାକୁ ଲାଗୁ କରାଯିବ।କରୋନା କଟକଣା ଯୋଗୁ ଅନେକ ଛାତ୍ରଛାତ୍ରୀ ପିଏଚଡ଼ି ସମ୍ପୂର୍ଣ୍ଣ କରିପାରି ନାହାନ୍ତି। ଦେଶରେ ମଧ୍ୟ ଅନେକଗୁଡ଼ିଏ ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ପଡ଼ିଛି। ଏପରି ଜରୁରୀକାଳୀନ ସ୍ଥିତିକୁ ଦୃଷ୍ଟିରେ ୟୁଜିସି ପକ୍ଷରୁ ନିୟମରେ କୋହଳ କରଯାଇଛି। ଏ ସମ୍ପର୍କରେ ୟୁଜିସି ସଚିବ ପ୍ରଫେସର ରଜନୀଶ ଜୈନ ଦେଶର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖୁଛନ୍ତି। ତେବେ ଚଳିତ ମାସ ୧୧ ତାରିଖରେ ଏନେଇ ନିୟମରେ ସଂଶୋଧନ କରାଯାଇଥିବା ପ୍ରଫେସର ଜୈନ ଉଲ୍ଲେଖ କରିଛନ୍ତି। ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକରେ ପ୍ରାଧ୍ୟାପକ ନିଯୁକ୍ତି ସମୟରେ ସର୍ବନିମ୍ନ ପିଏଚ୍ଡି ଯୋଗ୍ୟତ ନିୟମକୁ ବର୍ତ୍ତମାନ ପାଇଁ ସ୍ଥଗିତ କରିବାକୁ ସେ କହିଛନ୍ତି।






More Stories
ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କବାଦୀ…..
ଅବହେଳା କଲେ ନାମଲେଖା ବନ୍ଦ…..
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..