Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର୍‌…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଭିଜିଲାନ୍ସ ଜାଲରେ ଓଡିଶା ଜଳ ଯୋଗାଣ ଏବଂ ସ୍ଵେରେଜ୍ ବୋର୍ଡ ଆସିଷ୍ଟାଣ୍ଟ ମ୍ୟାନେଜର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରଖିଛି। ଚଢାଉରେ ୭ ଡିଏସପି, ୯ ଜଣ ଇନ୍ସପେକ୍ଟର ଏବଂ ୧୦ ଜଣ ଆଇଆଇସି ସାମିଲ୍‌ ରହିଛନ୍ତି। ଖୋର୍ଦ୍ଧା ଜଟଣୀରେ ଥିବାଘର, ଭୁବନେଶ୍ଵର ଆଇଗିଣିଆ ସ୍ଥିତ ଭଡା ଘର , ଜଟଣୀରେ ଥିବା ଆଉ ଏକ ଦୁଇ ଏବଂ ତିନି ମହଲା ବିଶିଷ୍ଟ ନିର୍ମାଣାଧିୀନ ଘର , ଭୁବନେଶ୍ଵରରେ ଥିବା ଅଫିସ ଏବଂ କଟକ ଚୌଦ୍ଵାରରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରୁଛି। ବର୍ତ୍ତମାନ୍ ପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି, ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଚଢାଉ ଶେଷ ହେବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସବିଶେଷ ତଥ୍ୟ ମିଳିବ ବୋଲି ସୂଚନା ମିଳିଛି।

Breaking News