Report Card Odisha

| Daily Odia News

କେପ ହାଇଟିନ୍ ସିଟିରେ ଭୟଙ୍କର ବିସ୍ଫୋରଣ, ମୃତ୍ୟୁସଂଖ୍ୟା ୬୦କୁ ବୃଦ୍ଧି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦକ୍ଷିଣ ଆମେରିକୀୟ ଦେଶ ହାଇତିର କେପ ହାଇଟିନ୍ ସିଟିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଗ୍ୟାସୋଲିନ୍ ବୋଝେଇ ଟ୍ରକ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୬୦କୁ ବୃଦ୍ଧି ହୋଇଥିବା ବେଳେ ୪୦ରୁ ଅଧିକ ଗୁରୁତର । ବିସ୍ଫୋରଣ ପ୍ରଭାବରେ ପାଖାପାଖି ୨୦ ଟି ଘର ନିଆଁ ଲାଗି ସମ୍ପୁର୍ଣ୍ଣ ଜଳିଯାଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ମୃତଦେହ ଏଣେତେଣେ ବିଛାଡି ହୋଇ ପିଡିଥିଲା । ତେବେ ଗ୍ୟାସୋଲିନ ବୋଝେଇ ଟ୍ୟାଙ୍କର ଡ୍ରାଇଭର ଭାରସାମ୍ୟା ହରାଇ ଏଭଳି ଦୁର୍ଘଟଣା ଘଟାଇଥିବା ଅନୁମାନ କରାଯାଉଛି । ଏଭଳି ଦୁଖଦ ଘଟଣା ପାଇଁ ହାଇତିରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ହାଇତି ପ୍ରଧାନମନ୍ତ୍ରୀ ଏରିୟଲ ହେନେରି। କେପ ହାଇଟିନ୍ ସିଟି ଡେପୁଟି ମେୟର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜଷ୍ଟିନ ୟୁନିଭରସିଟି ହସ୍ପିଟାଲରେ ଆହତମାନଙ୍କୁ ଭର୍ତ୍ତି କରାଯାଇଛି ।

 

 

Breaking News