Report Card Odisha

| Daily Odia News

ସିଂହଦ୍ୱାର ସମ୍ମୁଖରେ ୩ ରଥ…..

ରିପୋର୍ଟ କାର୍ଡ / ପୁରୀ

ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା। ଏଥିପାଇଁ ରଥ, ପଥ ସବୁ ପ୍ରସ୍ତୁତ ହୋଇରହିଛି। ରଥଖଳାରେ ପ୍ରସ୍ତୁତ ୩ ରଥକୁ ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖରେ ଲାଗିଛି | ନନ୍ଦିଘୋଷ ଓ ଦର୍ପଦଳନ ତାଳଧ୍ୱଜ ରଥକୁ ସିଂହଦ୍ୱାର ଅଭିମୁଖେ ଟଣାଯାଇଥିଲା।ଶ୍ରୀଜିଉମାନେ ଏବେ ଅଣସର ଘରେ ଥିବାରୁ ପଟି ଦିଅଁଙ୍କ ଠାରୁ ବିଜେ ହୋଇଥିଲା ଆଜ୍ଞାମାଳ। ୩ ରଥର ପୂଜାପଣ୍ଡା ସାମନ୍ତ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଧରି ତିନି ରଥରେ ବିଜେ କରାଇଛନ୍ତି। ଏହା ପରେ ରଥଖଳାରୁ ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ଟାଣି ନେଇଛନ୍ତି ପୋଲିସ ଅଧିକାରୀ ଓ ବହୁ ଶ୍ରଦ୍ଧାଳୁ। ୫୩ ବର୍ଷ ପରେ ମହାପ୍ରଭୁଙ୍କ ସେହି ନିଆରା ରଥଯାତ୍ରା ଅନୁଷ୍ଠିତ ହେବ l ଯାହାଫଳରେ ଗୋଟିଏ ଦିନରେ ନେତ୍ର ଉତ୍ସବ, ନବଯୌବନ ଓ ଶ୍ରୀଗୁଣ୍ଡିଚା ଯାତ୍ରାର ନୀତି କାନ୍ତି କରାଯିବ l ଏଥିନିମନ୍ତେ ଆଜିଠୁ ପ୍ରସ୍ତୁର୍ତ୍ତି ଆରମ୍ଭ ହୋଇଯାଇଛି l ଆସନ୍ତା କାଲି ରାତ୍ର ୨ ଟାରୁ ଦ୍ୱାର ପିଠାଯିବ l ୨ ଟା ୪୦ରେ ଦଶବତାର ଠାକୁର ବାହୁଡା଼ ବିଜେ,୩ ଟାରେ ତାଟି ପିଠାଯିବ,ପ୍ରତ୍ୟୁଷ ୪ଟା ରେ ନେତ୍ରଉତ୍ସବ ବନ୍ଦାପନା କରାଯିବ,୪.୪୫ରେ ଯାତ୍ରାଙ୍ଗି ମହାସ୍ନାନ,ସକାଳ ୬ ରୁ ୭ ଟା ଗୋପାଳ ବଲ୍ଳଭ ଓ ସକାଳ ଧୂପ,୭. ୩୦ରୁ ୧୨ ଟା ସେନାପଟା ଲାଗି,ଦିନ ୧୧ ଟାରେ ରଥ ପ୍ରତିଷ୍ଠା,ଦିନ ୧ ଟାରେ ମଙ୍ଗଳା ଅର୍ପଣ, ୧. ୧୦ରେ ପହଣ୍ଡି ଆରମ୍ଭ ହୋଇ ୨ ଟା ୩୦ରେ ଶେଷ, ଦିନ ୩ଟାରେ ଶ୍ରୀ ମଦନ ମୋହନ, ରାମକୃଷ୍ଣ ବିଜେ,୪ ଟାରେ ଗଜପତି ମହାରାଜା ଙ୍କ ଦ୍ୱାରା ଛେରାପହଁରା ପରେ ଚାରମାଳ ପିଟାହେବା ସହ ସାରଥୀ, ଘୋଡା ଲଗାଯିବ ରଥରେ ପରେ ସନ୍ଧ୍ୟା ୫ ଟାରେ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଚଳିତ ବର୍ଷ ୭ ଓ ୮ ତାରିଖ ଦିନ ରଥ ଟଣାଯିବ l ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ପୁଲିସ ପ୍ରଶାସନ ପକ୍ଷରୁ l ୧୮୦ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ସମ୍ପୂର୍ଣ୍ଣ ପୁରୀ ସହରକୁ ବ୍ଲୁ ବ୍ଲାଙ୍କେଟ ସୁରକ୍ଷା ବଳୟରେ ରଖାଯିବ l ପ୍ରବଳ ଭକ୍ତଙ୍କ ସମାଗମ କୁ ନେଇ ଟ୍ରାଫିକ ପାଇଁ ସ୍ୱତ୍ରନ୍ତ ମୋବିଲିଟି ପ୍ଲାନ ପ୍ରସ୍ତୁର୍ତ୍ତ ହୋଇଥିବାବେଳେ ଚଳିତବର୍ଷ ନୂଆ ଟେକନୋଲୋଜି ଆପଣେଇଛି ପୁରୀ ପୁଲିସ l ସେପଟେ ଆସନ୍ତାକାଲି ଦିନ ୧୧ ଟା ସମୟରେ ରାଷ୍ଟ୍ରପତିଙ୍କ ଗସ୍ତ ରହିଛି l ଦିନ ୧୧ ଟା ସମୟରେ ସମଙ୍ଗରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ଼ ଠାରେ ସ୍ୱତ୍ରନ୍ତ ବାୟୁସେନା ରେ ପହଁଚିବେ l ସେଠାରୁ ସିଧାସଳଖ ରାଜଭବନ ଯିବାର କାର୍ଯ୍ୟକ୍ରମ ରହିଛି l ୪ଟା ୪୦ରୁ ଟା ୫ଟା ୪୦ ମଧ୍ୟରେ ରାଷ୍ଟ୍ରପତି ରଥଯାତ୍ରା ଉତ୍ସବରେ ଯୋଗଦାନ କରିବେ ଏଥିନିମନ୍ତେ ସମ୍ପୂର୍ଣ୍ଣ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି l

Breaking News