Report Card Odisha

| Daily Odia News

ଭାସିଗଲା କାର୍‌,ଅଳ୍ପକେ ବର୍ତ୍ତିଲେ ୪…..

ରିପୋର୍ଟ କାର୍ଡ / ଆଠଗଡ଼

ଲଗୁଚାପ ଜନିତ ଲଗାଣ ବର୍ଷାରେ ରାଜ୍ୟରେ ବନ୍ୟା ସ୍ଥିତି | ମହାନଦୀ ଜଳସ୍ତର ବଢୁଥିବାରୁ ଆଠଗଡ଼ ଅଞ୍ଚଳର ଅନେକ ଗାଁ ବିଚ୍ଛିନ୍ନ ହୋଇଯାଇଛି। ରାତିରେ ଆଠଗଡ଼ ଅଞ୍ଚଳର ନିଧିପୁର ଗଡ଼ାରେ ଏକ କାର୍‌ ଭାସି ଯାଇଥିବା ଜଣାଯାଇଛି। ମାତ୍ର କାର୍‌ରେ ଥିବା ୪ ଜଣ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତୀ ଯାଇଛନ୍ତି। ଦୀର୍ଘ ୪ ଘଣ୍ଟା ପାଣିରେ ଫସିବା ପରେ ବିଳମ୍ବିତ ରାତିରେ ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଛନ୍ତି । ଗତକାଲି ଏକ କାର୍‌ରେ ୪ ଜଣ ପୁରୁଣାକଟକ-ସମ୍ବଲପୁର ରାସ୍ତାରେ ଯାଉଥିଲେ। ମାତ୍ର ରାସ୍ତାରେ ପାଣି ପ୍ରବାହିତ ହେଉଥିବାରୁ ରାତି ପ୍ରାୟ ୧୧ଟା ବେଳେ ଗାଡ଼ିଟି ନିଧିପୁର ଗଡ଼ାରେ ଭାସିଯାଇଥିଲା । କିଛି ଦୂର ଭାସିବା ପରେ ଗାଡ଼ିଟି ଏକ ପାଇପ୍‌ଲାଇନ୍‌ରେ ଅଟକି ରହିଥିଲା। ରାତି ପ୍ରାୟ ୧୧ଟାରୁ ରାତି ୩ ଟା ପର୍ଯ୍ୟନ୍ତ ଗାଡ଼ିଟି ପାଣି ମଝିରେ ଅଟକି ରହିଥିଲା। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଉଦ୍ଧାର ୪ ଜଣଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି।

Breaking News