Report Card Odisha

| Daily Odia News

ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସର୍ବୋଚ୍ଚ ସାରସ୍ବତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଘୋଷଣା ହୋଇଛି । ୨୦୨୧ ପାଇଁ ବିିଶିଷ୍ଟ ସାରସ୍ବତ ସାଧିକା ପଦ୍ମଭୂଷଣ ପ୍ରତିଭା ରାୟ, ୨୦୨୨ ପାଇଁ ବିଶିଷ୍ଟ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଓ ୨୦୨୩ ପାଇଁ ବିଶିଷ୍ଟ ସାରସ୍ବତ ସାଧକ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା ଏହି ପୁରସ୍କାର ପାଇବେ। ସେହିପରି ୩ବର୍ଷ ଲାଗି ୪୫ଜଣ ବରିଷ୍ଠ ସାହିତ୍ୟ ସ୍ରଷ୍ଟାଙ୍କୁ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ସୋମବାର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ଏକାଡେମୀ ପକ୍ଷରୁ ନିଷ୍ପତ୍ତି ହୋଇଛି।

 

Breaking News