ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଜଳ ସଙ୍କଟକୁ ନେଇ ଅନଶନରେ ବସିଥିବା ମନ୍ତ୍ରୀ ଆତୀଶି ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ସେ ନିଜର ଅନଶନ ଭାଙ୍ଗିଛନ୍ତି। ଏନେଇ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ ଘୋଷଣା କରିଛନ୍ତି। ଦିଲ୍ଲୀରେ ଲାଗି ରହିଥିବା ଜଳ ସଙ୍କଟକୁ ନେଇ ଗତ ୫ ଦିନ ହେଲା ଆମରଣ ଅନଶନ ଜାରି ରଖିଥିଲେ ଜଳ ମନ୍ତ୍ରୀ ଆତୀଶି। ମଙ୍ଗଳବାର ହଠାତ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆପ୍ ସାଂସଦ ସଞ୍ଜୟ ସିଂହ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଆତୀଶି ବର୍ତ୍ତମାନ ଏଲ୍ଏନ୍ଜେପି ହସ୍ପିଟାଲରେ ଆଇସିୟୁରେ ଅଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏଥିପାଇଁ ତାଙ୍କ ଅନିଶ୍ଚିତକାଳୀନ ଅନଶନକୁ ସ୍ଥଗିତ ରଖାଯାଇଛି। କିନ୍ତୁ ବିରୋଧୀ ଦଳମାନଙ୍କୁ ଏକତ୍ରିତ କରି ଆମେ ସଂସଦରେ ଦିଲ୍ଲୀ ଜଳ ସଙ୍କଟ ପ୍ରସଙ୍ଗ ଉଠାଇବୁ। ଗତ କିଛି ଦିନ ମଧ୍ୟରେ ପାଗରେ ଉନ୍ନତି ଘଟିଛି ଏବଂ ଜଳର ପରିମାଣ ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଏ ବାବଦରେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛି ବୋଲି ଆପ୍ ସାଂସଦ କହିଛନ୍ତି।






More Stories
ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ଗୃହୀତ…..
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..