ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମାର୍ଲେନ। ଆଜି ଆପର ବିଧାୟକ ଦଳ ବୈଠକରେ ସର୍ବ ସମ୍ମତିକ୍ରମେ ଆତିଶୀଙ୍କ ନାମରେ ମୋହର ବାଜିଛି। ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଥିବାରୁ ଆତୀଶ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି। ମନୀଷ ସିସୋଦିଆଙ୍କୁ ଉପଦେଷ୍ଟା ଦାୟିତ୍ୱ ଦିଆଯାଇଛି। କେଜ୍ରିୱାଲଙ୍କ ସରକାରରେ ଆତିଶୀ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାସହିତ ଆପର ସଙ୍କଟ ସମୟରେ ୧୪ଟି ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଇଥିଲେ ଆତିଶୀ। ମିଳିଥିବା ସୂଚନା ଅନୁସାରେ ଆଜି ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..