ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ବର ପଳାସପଲ୍ଲୀ ଅଞ୍ଚଳରେ ଜଣେ ଯୁବକକୁ ୩ଜଣ ଦୁର୍ବୁତ୍ତ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ଗୋଟିଏ ବାଇକରେ ଆସି ୩ ଦୁର୍ବୁତ୍ତ ଜଣେ ଯୁବକକୁ ଖଣ୍ଡାରେ ହାଣିପକାଛନ୍ତି। ଦୁର୍ବୁତ୍ତମାନେ ଯୁବକଙ୍କୁ ଖଣ୍ଡାରେ ହାଣିପକାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ଆକ୍ରମଣର ଶିକାର ହେଲେ ଶିବପ୍ରସାଦ ଶ୍ରୀଚନ୍ଦନ । ଜଣେ ସମାଜସେବୀ ଭାବେ ବେଶ ଲୋକପ୍ରିୟ ଶିବପ୍ରସାଦଙ୍କର ରହିଛି | ଗୁରୁତର ଅବସ୍ଥାରେ ଯୁବକକୁ ଉଦ୍ଧାର ପରେ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଯୁବକକୁ ଦୁର୍ବୁତ୍ତ କ’ଣ ପାଇଁ ଖଣ୍ଡାରେ ଆକ୍ରମଣ କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି। ଗୁରୁତର ଅବସ୍ଥାରେ ଯୁବକକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ପଠାଯାଇଥିବା ସୂଚନା ମିଳିଛି। ଏୟାରଫିଲ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।
More Stories
କୁବେର ମୁଖ୍ୟଯନ୍ତ୍ରୀ ଗିରଫ…..
୧୯ ଘଣ୍ଟା ଅଟକ ପରେ ବିଧାୟକଙ୍କୁ ଛାଡିଲା ପୋଲିସ…..
ସାପ କୁ ଆଘାତ ଦେଲେ ଝିଅ ଦେହରେ ଦାଗ……