Report Card Odisha

| Daily Odia News

ତହସିଲଦାର ଓ ୩ ଆରଆଇଙ୍କୁ ମାଡ଼……

ରିପୋର୍ଟ କାର୍ଡ / ଗଂଜାମ

ଅତିରିକ୍ତ ତହସିଲଦାର ଙ୍କ ସହ ୩ ଜଣ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି | ବାଲି ଚୋରା ଚାଲାଣ ବେଳେ ଚଢ଼ାଉ କରିବାକୁ ଯାଇଥିବା ଅତିରିକ୍ତ ତହସିଲଦାର ଓ ୩ ଜଣ ଆରଆଇଙ୍କୁ ନିସ୍ତୁକ ପିଟିଛନ୍ତି ବାଲି ମାଫିଆ । ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାରେ। ଆଜି ଭୋରରେ ଗଞ୍ଜାମ ତହସିଲ ମାଳି ଜଗନ୍ନାଥପୁର ଗାଁ ନିକଟ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିଲା। ଏହି ସମୟରେ ଗଞ୍ଜାମ ଅତିରିକ୍ତ ତହସିଲଦାର ଓ ତିନି ଜଣ ଆରଆଇ ସେଠାରେ ଚଢ଼ାଉ କରିଥିଲେ। ହେଲେ ବାଲି ମାଫିଆମାନେ ସେମାନଙ୍କୁ ଆକ୍ରମଣ କରି କ୍ଷତାକ୍ତ କରି ଦେଇଥିଲେ। ଆକ୍ରମଣର ଶିକାର ହୋଇଥିବା ଚାରି ଅଧିକାରୀ ହେଉଛନ୍ତି- ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ଆରଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରା। ସେମାନଙ୍କୁ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଗଞ୍ଜାମ ଥାନା ପୁଲିସ୍ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Breaking News