ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର ନ୍ୟୁୟର୍କରେ ବିଶିଷ୍ଟ ଲେଖକ ସଲମାନ ରସିଦଙ୍କୁ ଛୁରାମାଡ଼ ହୋଇଛି । ଏକ ସମାବେଶରେ ସେ ଯୋଗ ଦେଇଥିବାବେଳେ କେହି ଦୁର୍ବୃତ୍ତ ତାଙ୍କୁ ଛୁରାମାଡ଼ କରିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସଲମାନ ରୁଶଦୀଙ୍କୁ ‘ଦ ସତାନିକ୍ ଭର୍ସେସ’ ବହି ନ ଲେଖିବା ପାଇଁ ଇରାନ ଧମକ ଦେଇଥିଲା । ଏପରି ପରିସ୍ଥିତିରେ, ଧମକ ପାଇବାର ୩୩ ବର୍ଷ ପରେ ଶୁକ୍ରବାର ଦିନ ସଲମାନଙ୍କୁ ନ୍ୟୁୟର୍କର ଏକ ମଞ୍ଚ ଉପରେ ଛୁରାମାଡ଼ କରାଯାଇଛି । ଶୁକ୍ରବାର ସକାଳେ ଉଦବୋଧନ ଦେବା ପୂର୍ବରୁ CHQ 2022 ଇଭେଣ୍ଟର ମଞ୍ଚରେ ଥିବାବେଳେ ଲେଖକଙ୍କୁ ସାଂଘାତିକ ଭାବରେ ଆକ୍ରମଣ କରାଯାଇଥିଲା । ସଲମାନଙ୍କୁ ବେକରେ ଛୁରୀ ଲଗାଇ ହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ। ସେଠୁ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ୧୯୯୮ ମସିହାରୁ ଇରାନରେ ସଲମାନ ରୁଶଦୀଙ୍କ ବହି ‘ଦ ସତାନିକ୍ ଭର୍ସେସ’ କୁ ନିଷେଧ କରାଯାଇଛି କାରଣ ଅନେକ ମୁସଲମାନ ଏହାକୁ ବିରୋଧ କରନ୍ତି ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……