ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବେଲୁଚିସ୍ତାନରେ ଏକ ସ୍କୁଲ ବସ୍ ଉପରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛିା ଏଥିରେ ପ୍ରାରମ୍ଭିକ ସୂଚନା ଅନୁଯାୟୀ,୩ ଜଣ ପିଲାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୮ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଅଶାନ୍ତ ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଏକ ସ୍କୁଲ ବସ୍କୁ ଟାର୍ଗେଟ କରି ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ତିନି ଜଣ ପିଲାଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ପିଲାଙ୍କ ସମେତ ୩୮ ଜଣ ଆହତ ହୋଇଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବେଲୁଚିସ୍ତାନ ପ୍ରଦେଶର ଖୁଜଦାର ଜିଲ୍ଲାରେ ବସଟି ପିଲାମାନଙ୍କୁ ସ୍କୁଲ ନେଉଥିବା ସମୟରେ ଆକ୍ରମଣ ହୋଇଥିଲା। ବୁଧବାର ଦିନ ଖୁଜଦାରର ଜିରୋ ପଏଣ୍ଟ ନିକଟରେ ଏକ ସ୍କୁଲ ବସ୍କୁ ଟାର୍ଗେଟ କରି ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଛି ଏବଂ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିବା ପାଇଁ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି।





More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..