ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଯୋଧ୍ୟାର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏୟାରପୋର୍ଟରେ ଶୁକ୍ରବାର ପ୍ରଥମ ବିମାନ ଅବତରଣ କରିଛି। ଅପରାହ୍ନ ୧୨ଟାରେ ଭାରତୀୟ ବାୟୁସେନାର ବିମାନ ଏଠାରେ ଅବତରଣ କରିଥିଲା । ଏହି ବିମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୩୦ ତାରିଖରେ ଅଯୋଧ୍ୟା ଆସିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିମାନର ପରୀକ୍ଷାମୂଳକ ଅବତରଣ କରାଯାଇଥିଲା। ସୁରକ୍ଷିତ ଅବତରଣ ପରେ କ୍ରୁ ସଦସ୍ୟମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ୩୦ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ଏହି ଏୟାରପୋର୍ଟ ସମେତ ଅଯୋଧ୍ୟା ରେଳ ଷ୍ଟେସନର ଲୋକର୍ପଣ କରିବେ।






More Stories
ପୋଲିସ ଗାଡି ପୋଡିଲେ କର୍ମଚାରୀ….
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..