Report Card Odisha

| Daily Odia News

୨୦୨୪ ଜାନୁଆରୀରେ ସ୍ଥାପନା ହେବ ପ୍ରଭୁ ରାମଚନ୍ଦ୍ରଙ୍କ ମୂର୍ତ୍ତୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୨୪ ଜାନୁଆରୀ ମାସରେ ଅଯୋଧ୍ୟା ରାମ ମନ୍ଦିରେ ସ୍ଥାପନା ହେବେ ପ୍ରଭୁ ରାମଚନ୍ଦ୍ର । ପ୍ରାୟ ୧୮ଶହ କୋଟି ଟଙ୍କା ମୂଲ୍ୟରେ ଅଯୋଧ୍ୟାରେ ନିର୍ମାଣ କରାଯାଉଛି | ଏନେଇ ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି । ସେ କହିଛନ୍ତି ଯେ ଟ୍ରଷ୍ଟର ସଦସ୍ୟମାନଙ୍କ ସର୍ବସମ୍ମତି କ୍ରମେ କିଛି ନିଷ୍ପତ୍ତି ନିଆଯାଇଛି । ପ୍ରଭୁ ରାମଙ୍କ ଜନ୍ମଭୂମି ପରିସରରେ ହିନ୍ଦୁ ଧର୍ମ ସହ ଜଡିତ ସାଧୁମାନଙ୍କ ପ୍ରତିମୂର୍ତ୍ତି ରଖାଯିବ । ବସିଥିବା ଏହି ବୈଠକରେ ଟ୍ରଷ୍ଟର ୧୪ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ । ବୈଠକରେ ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର, ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ ଏବଂ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ଏହି ମହାନ ମନ୍ଦିର ନିର୍ମାଣରେ ଖର୍ଚ୍ଚ ବିଷୟରେ ଜାଣିବା ପାଇଁ ବିଶେଷଜ୍ଞମାନେ ଏକ ରିପୋର୍ଟ ଉପସ୍ଥାପନା ମଧ୍ୟ କରିଛନ୍ତି । ଏହି ରିପୋର୍ଟ ଆଧାରରେ ମନ୍ଦିର ନିର୍ମାଣ ପାଇଁ ୧୮ କୋଟି ଟଙ୍କା ଖର୍ଚ୍ଚ ହେବ । ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ, ଏହି ବିଷୟ ଦୀର୍ଘ ଦିନ ଧରି ବିଚାର କରାଯାଉଥିଲା ଏବଂ ଟ୍ରଷ୍ଟର ସଦସ୍ୟମାନେ ଆଜି ବୈଠକରେ ମନ୍ଦିର ନିର୍ମାଣ ସହ ଜଡିତ ସମସ୍ତ ଲୋକଙ୍କ ମତାମତ ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ଟ୍ରଷ୍ଟ ସହ ଜଡିତ ନିୟମାବଳୀ ମଧ୍ୟ ଚୂଡାନ୍ତ ହୋଇଛି।

 

 

Breaking News