Report Card Odisha

| Daily Odia News

ଖଣ୍ଡିଆ ବାବାଙ୍କ ଆଶ୍ରମ ସିଲ୍‌…..

ରିପୋର୍ଟ କାର୍ଡ / ଢେଙ୍କାନାଳ

ସିଲ୍‌ ହେଲା ଖଣ୍ଡିଆ ବାବାଙ୍କ କୁଣ୍ଡଖୋଲସ୍ଥିତ ଆଶ୍ରମ । ଖଣ୍ଡିଆ ବାବା ହେଉଛନ୍ତି ଅନନ୍ତ ଚରଣ ଦାସ | ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସୁନ୍ଦରାଖୋଲ ଜଙ୍ଗଲ ମଧ୍ୟରେ ଗଢି ଉଠିଥିଲା ବାବାଙ୍କ ବେଆଇନ ଆଶ୍ରମ । ଜଙ୍ଗଲ ମଧ୍ୟରେ ବେଆଇନ ଆଶ୍ରମ ନିର୍ମାଣ ଓ ଜଙ୍ଗଲ ଜମି ଅକ୍ତିଆର ଅଭିଯୋଗରେ ବାବାକୁ ଗିରଫ କରିଛି ବନ ବିଭାଗ । ପ୍ରାୟ ଦୀର୍ଘ ବର୍ଷ ହେବ ବେଆଇନ ଭାବେ ଏହି ଆଶ୍ରମଟି ଗଢି ଉଠିଥିବା ଜଣାପଡିଛି । ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ କୁଣ୍ଡଖୋଲ ଆଶ୍ରମ ସିଲ୍ କରିଛି । ତେବେ ଜଣେ ବ୍ୟବସାୟୀରୁ ବାବା ପାଲଟିଥିବା ଖଣ୍ଡିଆ ବାବା ୧୯୮୪ ମସିହା ପରଠାରୁ କାମାକ୍ଷାନଗର ବ୍ଲକ ବିଜାଡିହ ,ସମାଟାଙ୍ଗି ଓ ପରେ କଙ୍କିଳିର କୁଣ୍ଡଖୋଲ ଆଶ୍ରମରେ ରହିଆସୁଥିଲେ ।

Breaking News