ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ପ୍ରତେକ ଗଣମାଧ୍ୟମ ଚର୍ଚ୍ଚାର ଶିରୋନାମା ପାଲଟିଛି ଓଲିଉଡର ଷ୍ଟାର କଳି | ମାମଲାଟି ଧୀରେ ଜଟିଳ ହେବାକୁ ଯାଉଛି | ଯାହାକୁନେଇ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି | ଅଭିନେତା ବାବୁସାନ୍-ପତ୍ନୀତୃପ୍ତି-ବାନ୍ଧବୀ ପ୍ରକୃତିଙ୍କ ପ୍ରେମ କାହାଣୀ ଏବେ ନୂଆ ମୋଡ ନେବାକୁ ଯାଉଛି | ଘଟଣାଟି ପାରିବାରିକ କଳିରୁ ଡ୍ରଗ୍ସ ଲିଙ୍କ ଆଡ଼କୁ ଗତି କରୁଛି। ପ୍ରକୃତି ଙ୍କର ଡ୍ରଗ୍ସ ଲିଙ୍କ ଥିବା ନେଇ ଚର୍ଚ୍ଚା ହେଉଛି | ବାବୁସାନ ଏବେ ପତ୍ନୀ କି ବାନ୍ଧବୀଙ୍କୁ ନେଇ ଚିନ୍ତିତ ନାହାନ୍ତି | ବରଂ ଡ୍ରଗ୍ସ ଲିଙ୍କକୁ ନେଇ ଚିନ୍ତିତ ଥିବା ଚର୍ଚ୍ଚା ହେଉଛି | କାରଣ ପ୍ରକୃତି ମିଶ୍ର ବାବୁସାନଙ୍କୁ ଡ୍ରଗ୍ସ, ମଦ, ଗଞ୍ଜେଇ ଆଦି ନିଶା ଦେଉଥିବା ତାଙ୍କ ପତ୍ନୀ ତୃପ୍ତି ଅଭିଯୋଗ କରିଛନ୍ତି । ଏହାରି ମଧ୍ୟରେ ଆଜି ଅପରାହ୍ନରେ ବାବୁସାନ ଥାନାରେ ହାଜର ନେଇ ସୂଚନା ମିଳୁଛି |ଗତକାଲି ବାବୁସାନ ଚେନ୍ନାଇରୁ ଭୁବନେଶ୍ୱର ପହଞ୍ଚିଥିଲେ । ଘରକୁ ଆସିବା ପରେ ପୋଲିସଙ୍କ ନିକଟରେ ନିଜ ବୟାନ ରଖିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ବାବୁସାନ ପୋଲିସ ଥାନା ଯାଇ ନଥିଲେ କିମ୍ବା ପୋଲିସ ମଧ୍ୟ ତାଙ୍କ ଘରକୁ ଆସିନଥିଲେ । ବର୍ତ୍ତମାନ ଘରେ ନୁହେଁ ଥାନାରେ ବାବୁସାନ ମହାନ୍ତିଙ୍କ ବୟାନ ରେକର୍ଡ଼ ହେବ । ଜେରା ସମୟରେ ଦୁଇଟି ଦିଗକୁ ଗୁରୁତ୍ୱ ଦିଆଯିବ । ବାବୁସାନ ଓ ପ୍ରକୃତି ଭିତରେ ଏପରି କଣ ଘଟିଛି ଯାହାକୁ ନେଇ ତୃପ୍ତି ଏପରି ବ୍ୟବହାର କରିଥିଲେ । ପତ୍ନୀ ତୃପ୍ତି କରିଥିବା ଅଭିଯୋଗ ଆଧାରରେ ବାବୁସାନ୍ ଙ୍କୁ ପଚରାଉଚରା କରିବ ପୋଲିସ । ଉଲ୍ଲେଖ ଯୋଗ୍ୟ- ପୂର୍ବରୁ ଯେତେବେଳେ ବଲିଉଡ ଟଲିଉଡ଼ର ଅଭିନେତା ଅଭିନେତ୍ରୀମାନେ ଡ୍ରଗ୍ସ ଲିଙ୍କ ମାମଲାରେ ଛନ୍ଦି ହୋଇପଡିଥିଲେ | ସେତେ ବେଳେ ମଧ୍ୟ ଓଡିଶା ଲିଙ୍କ ନେଇ ଚର୍ଚ୍ଚା ହଉଥିଲା |
More Stories
ଆଜି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ.….
ଆଇଏଏସ୍ ସ୍ତରରେ ଅଦଳବଦଳ…..
ଧଉଳି ହତ୍ୟାକାଣ୍ଡର ପର୍ଦ୍ଦାଫାସ :ପ୍ରେମ ସମ୍ପର୍କରୁ ଯୁବତୀଙ୍କୁ ହତ୍ୟା…..