Report Card Odisha

| Daily Odia News

ଚେନ୍ନାଇର ଏକାଠି ରହୁଥିଲେ ବାବୁସାନ-ପ୍ରକୃତି…..

ରିପୋର୍ଟ କାର୍ଡ / ‌ଭୁବନେଶ୍ୱର

ଓଲିଉଡ ଅଭିନେତା ବାବୁସାନ ମହାନ୍ତି ,ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ କଳିର ନୂଆ ଟ୍ଵିଷ୍ଟ ଆସିଛି | ଯାହାକି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ବାବୁସାନ-ପ୍ରକୃତିଙ୍କୁ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରୁ ଏକ କାରରୁ ଧରିଥିଲେ । ଏହାପରେ ପ୍ରକୃତିଙ୍କୁ ତୃପ୍ତି ଆକ୍ରମଣ କରୁଥିବା ନେଇ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ତେବେ ଏହି ଘଟଣା ପରେ ବାବୁସାନ ଓ ପ୍ରକୃତି ଏକାଧିକ ଭିଡିଓ ଶେୟାର କରି ସେମାନଙ୍କର ପ୍ରତିକ୍ରିୟା ରଖିଥିଲେ । ତେବେ ବାବୁସାନ-ପ୍ରକୃତିଙ୍କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ‘ଦମନ’ ଫିଲ୍ମର ପ୍ରମୋସନ ପାଇଁ ବାବୁଶାନ ଚେନ୍ନାଇ ଯାଇଥିବା ବେଳେ ଦୁହେଁ ଗୋଟିଏ ହୋଟେଲରେ ରହୁଥିବା ନେଇ କିଛି ଭିଡିଓ ସାମ୍ନାକୁ ଆସିଛି । ଯେଉଁ ହୋଟେଲରେ ବାବୁସାନ ରହୁଥିଲେ ଉକ୍ତ ହୋଟେଲରେ ମଧ୍ୟ ପ୍ରକୃତି ରହୁଥିବା କୁହାଯାଉଛି । ତେବେ ପୂର୍ବରୁ ବାବୁସାନ ଓ ପ୍ରକୃତି ଯେଉଁ ଭିଡିଓ ପୋଷ୍ଟ କରୁଥିଲେ, ସେମାନେ ଗୋଟିଏ ସ୍ଥାନରେ ଭିଡିଓ ଶୁଟ୍ କରି ପୋଷ୍ଟ କରୁଥିବା ଅନୁମାନ କରାଯାଉଥିଲା । ଏବେ ସାମ୍ନାକୁ ଆସିଥିଲା ଭିଡିଓରେ ଅନ୍ୟ ଜଣେ ଯୁବତୀକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଇତିମଧ୍ୟରେ ପ୍ରକୃତି ଭୁବନେଶ୍ୱର ଫେରି ଆସିଥିବା ବେଳେ ପୋଲିସ ତାଙ୍କ ଘରକୁ ଯାଇ ତାଙ୍କୁ ଜେରା କରିଛି । ଅନ୍ୟପକ୍ଷରେ ବାବୁସାନ ଏବେ କେଉଁଠି ତାହା ସ୍ପଷ୍ଟ ହୋଇନାହିଁ ।

 

Breaking News