Report Card Odisha

| Daily Odia News

ଜେଲ୍‌ରେ ରହୁଥିବା ଶିଶୁଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ…..

Man in prison hands of behind hold Steel cage jail bars. offender criminal locked in jail.

ରିପୋର୍ଟ କାର୍ଡ / ଭୁବନେଶ୍ବର

ଜେଲ୍‌ରେ ପିତାମାତାଙ୍କ ସହ ରହୁଥିବା ଶିଶୁଙ୍କୁ ମିଳିବ ମଧ୍ୟାହ୍ନ ଭୋଜନର ସୁବିଧା। ଏହାସହ ଶିଶୁଟି ଯଦି ଜେଲ୍‌ ବାହାରେ ରହୁଥାଏ ଓ ତା’ର ପିତାମାତା ଅତିକମ୍‌ରେ ୬୦ଦିନ ଜେଲ୍‌ରେ ରହିଥାନ୍ତି ତାହାଲେ ସଂପୃକ୍ତ ଶିଶୁକୁ ମଧ୍ୟ ଏହି ସୁବିଧା ମିଳିପାରିବ। ପିତାମାତାଙ୍କ ସହ ଜେଲ୍‌/ଜେଲ୍‌ ବାହାରେ ଥିବା ଶିଶୁଙ୍କ କଲ୍ୟାଣ ପାଇଁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। ନୂଆ ଗାଇଡଲାଇନ୍‌ରେ ବିଶେଷଭାବେ ୦-୬ବର୍ଷର ଶିଶୁଙ୍କୁ ଗୁରୁତ୍ବ ଦିଆଯାଇଛି। ଜୁଭେନାଇଲ ଆଇନ ଅନୁଯାୟୀ ଜେଲ୍‌ ବାହାରେ ଥିବା ଯେଉଁ ଶିଶୁମାନଙ୍କ ପାଇଁ ଶିଶୁ କଲ୍ୟାଣ କମିଟି(ସିଡବ୍ଲୁସି) ପକ୍ଷରୁ ସ୍ବତନ୍ତ୍ର ଯତ୍ନ ଓ ସୁରକ୍ଷା(ସିଏନ୍‌ସିପି) ଘୋଷଣା ହୋଇଛି ସେମାନେ ମଧ୍ୟ ଏହି ଯୋଜନାର ସୁବିଧା ନେଇପାରିବେ। ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ସ୍ଥାନୀୟ ଜିଲ୍ଲାପାଳ ଜେଲ୍‌ ନିକଟସ୍ଥ ଏକ ଅଙ୍ଗନବାଡ଼ି କେନ୍ଦ୍ରକୁ ନୋଡାଲ କେନ୍ଦ୍ର ଭାବେ ଘୋଷଣା କରି‌ବେ। ଯଦି କୌଣସି ଜେଲ୍‌ରେ ଅଧିକ ଶିଶୁ ରହିଥିବା ନଜରକୁ ଆସେ ତାହାହେଲେ ଜେଲ୍ ମାନୁଆଲ ଅନୁସାରେ ସେଠାରେ ଅସ୍ଥାୟୀ ଭାବେ ଏକ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯିବ। ଯେଉଁ ଅଙ୍ଗନବାଡ଼ି କେନ୍ଦ୍ରରେ କମ୍ ପିଲା ଥିବେ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି। ଜେଲ୍‌ରେ ପିତାମାତାଙ୍କ ସହ ଥିବା ଶିଶୁକୁ ଆବଶ୍ୟକ ପୁଷ୍ଟିକର ଓ ଟିକାକରଣ ସୁବିଧା ଯୋଗାଇ ଦିଆଯିବ।

Breaking News