ରିପୋର୍ଟ କାର୍ଡ / ବାଲେଶ୍ଵର
ବାହାନଗା ରେଳଷ୍ଟେସନରେ ପୁଣି ଅଘଟଣ ଘଟିଛି। ପୁରୀ-ହାଓ୍ବଡା ଏକ୍ସପ୍ରେସ୍ ଟ୍ରେନ୍ ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ବାହାନଗା ଷ୍ଟେସନ ଦାଣ୍ଡହରିପୁର ଷ୍ଟେସନ ଫାଟକ ନିକଟରେ ଦୁଇ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନି। ସେପଟେ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଛି , ସେ ନେଇ ରେଲଓ୍ବେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଗତବର୍ଷ ଜୁନ୍ ମାସରେ ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା। ଏଥିରେ ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା।






More Stories
ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର:ବାନ୍ଧବୀ ଫେରାର…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..