Report Card Odisha

| Daily Odia News

ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ବଡ଼ଠାକୁର……

ରିପୋର୍ଟ କାର୍ଡ / ପୁରୀ 

ଆଜି ପବିତ୍ର ବାହୁଡ଼ା ଯାତ୍ରା | ସମସ୍ତ ଲୀଳାଖେଳା ସାରି ବଡ଼ଠାକୁର ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଚତୁର୍ଦ୍ଧା ମୁର୍ତ୍ତି | ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ରଥରେ ପୋଡ଼ପିଠା ଭୋଗ ଲାଗିବା ପରେ ରଥ ଗଡ଼ିବା ଆରମ୍ଭ କରିବ । ପରମ୍ପରା ଅନୁଯାୟୀ ମାଉସୀ ମା’ଙ୍କ ସେବକଙ୍କ ଘରେ ପୋଡ଼ପିଠା ତିଆରି ହୋଇଥାଏ । ଲବଙ୍ଗ, ଗୁଜୁରାତି, ଚିନି, ଛେନା, ଅଟା, ଘିଅ ଆଦି ସାମଗ୍ରୀ ମିଶ୍ରିତ କରି ତିନି ଠାକୁରଙ୍କ ପାଇଁ ୪ଟି ପୋଡ଼ପିଠା ତିଆରି କରାଯାଏ ।ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ୭୫ ପ୍ଲାଟୁନ ପୋଲିସ ସହ ଏକ ହଜାର ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି । ଭୋର ୪ଟାରେ ମଙ୍ଗଳ ଆଳତି, ୪.୧୫ରେ ମଇଲମ, ୪.୩୦ରେ ତଡ଼ପଲାଗି, ରୋଷହୋମ, ୫ଟାରେ ଅବକାଶ, ୫.୧୫ରେ ସୂର୍ଯ୍ୟପୂଜା, ୫.୩୦ରେ ଦ୍ୱାରପାଳ ପୂଜା ହେବ । ସକାଳ ୫.୪୫ରୁ୬.୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପରେ କେବଳ ଖେଚୁଡ଼ି ଭୋଗ, ସକାଳ ୭ଟାରୁ ୧୧.୩୦ ସେନାପଟା ଲାଗି, ୧୧.୪୫ରେ ମଙ୍ଗଳାର୍ପଣ, ମଧ୍ୟାହ୍ନ ୧୨ଟାରୁ ୨.୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ନ ୧ଟାରୁ ୨.୩୦ ମଧ୍ୟରେ ବେଶ ଶେଷ, ଅପରାହ୍ନ ୨.୩୦ରୁ ୩.୩୦ ଛେରାପହଁରା, ଅପରାହ୍ନ ୩ ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା ଓ ୪ ଟାରେ ରଥ ଟାଣିବା ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ସୂଚନା ମିଳିଛି।

 

Breaking News