ରିପୋର୍ଟ କାର୍ଡ / ପୁରୀ
ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀ ଲୀଳା ଶେଷକରି ଶନିବାର ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧା ବିଗ୍ରହ। ମହାପ୍ରଭୁଙ୍କ ଆଗମନ ପାଇଁ ଶରଧାବାଲିରେ ଅପେକ୍ଷା କରିଛନ୍ତି ତାଳଧ୍ୱଜ, ନନ୍ଦିଘୋଷ ଓ ଦର୍ପଦଳନ। ଲକ୍ଷ ଲକ୍ଷ ଭକ୍ତଙ୍କ ମେଳରେ ବାହୁଡ଼ା ଯାତ୍ରା କରିବେ ପରଂବ୍ରହ୍ମ। ସନ୍ଧ୍ୟାସୁଦ୍ଧା ତିନିରଥ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମ୍ଭାବନା ରହିଛି। ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଶନିବାର ସକାଳ ଧୂପରେ ଖେଚୁଡ଼ି ଖାଇ ଦିନ ୧୨ରେ ରଥ ଉପରେ ପହଣ୍ଡି ବିଜେ କରିବେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା। ପରମ୍ପରା ଅନୁଯାୟୀ, ବାହୁଡା ପହଣ୍ଡି ବେଳେ ଶ୍ରୀଜୀଉଙ୍କ ଶ୍ରୀ ମସ୍ତକରେ ଶୋଲ ଓ ଫୁଲରେ ନିର୍ମିତ ଆକର୍ଷଣୀୟ ଟାହିଆ ଲଗାଯିବ। ସେବକ ଓ ଭକ୍ତଙ୍କ ମେଳରେ ଝୁଲିଝୁଲି ରଥରେ ବିଜେ କରିବେ ବ୍ରହ୍ମାଣ୍ଡ ଠାକୁର। ଏଥିପାଇଁ ପୁରୀକୁ ଭକ୍ତଙ୍କ ସୁଅ ଛୁଟିଛି। ଜଳ, ସ୍ଥଳ, ଆକାଶ ପଥରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିଛି । ୨୭୫ କୃତ୍ରିମ ବୁଦ୍ଧିମତ୍ତା ପ୍ରଯୁକ୍ତି ସମ୍ପନ୍ନ କ୍ଲୋଜ୍ ସର୍କିଟ କ୍ୟାମେରା | OMC 1 ଲୀଳା ଶେଷକରି ଶନିବାର ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧା ବିଗ୍ରହ। ମହାପ୍ରଭୁଙ୍କ ଆଗମନ ପାଇଁ ଶରଧାବାଲିରେ ଅପେକ୍ଷା କରିଛନ୍ତି ତାଳଧ୍ୱଜ, ନନ୍ଦିଘୋଷ ଓ ଦର୍ପଦଳନ। ଲକ୍ଷ ଲକ୍ଷ ଭକ୍ତଙ୍କ ମେଳରେ ବାହୁଡ଼ା ଯାତ୍ରା କରିବେ ପରଂବ୍ରହ୍ମ। ସନ୍ଧ୍ୟାସୁଦ୍ଧା ତିନିରଥ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମ୍ଭାବନା ରହିଛି। ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଶନିବାର ସକାଳ ଧୂପରେ ଖେଚୁଡ଼ି ଖାଇ ରଥ ଉପରେ ପହଣ୍ଡି ବିଜେ କରିବେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା। ପରମ୍ପରା ଅନୁଯାୟୀ, ବାହୁଡା ପହଣ୍ଡି ବେଳେ ଶ୍ରୀଜୀଉଙ୍କ ଶ୍ରୀ ମସ୍ତକରେ ଶୋଲ ଓ ଫୁଲରେ ନିର୍ମିତ ଆକର୍ଷଣୀୟ ଟାହିଆ ଲଗାଯିବ। ସେବକ ଓ ଭକ୍ତଙ୍କ ମେଳରେ ଝୁଲିଝୁଲି ରଥରେ ବିଜେ କରିବେ ବ୍ରହ୍ମାଣ୍ଡ ଠାକୁର। ଅପରାହ୍ଣ ୪ରେ ରଥଟଣା ହେବ | ଏଥିପାଇଁ ପୁରୀକୁ ଭକ୍ତଙ୍କ ସୁଅ ଛୁଟିଛି। ଜଳ, ସ୍ଥଳ, ଆକାଶ ପଥରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିଛି । ୨୭୫ କୃତ୍ରିମ ବୁଦ୍ଧିମତ୍ତା ପ୍ରଯୁକ୍ତି ସମ୍ପନ୍ନ କ୍ଲୋଜ୍ ସର୍କିଟ କ୍ୟାମେରା | ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ, ସମୟାନୁବର୍ତ୍ତୀ ଏବଂ ଅଘଟଣ ଶୂନ୍ୟ କରିବାକୁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି। ସୁରକ୍ଷା ଦାୟିତ୍ୱରେ ପ୍ରାୟ ୧୦ ହଜାର ପୋଲିସ କର୍ମଚାରୀଙ୍କ ସମେତ ଦୁଇ ହଜାର ଅଭିଜ୍ଞ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏଥିସହ ରାପିଡ୍ ଆକ୍ସନ ଫୋର୍ସ, ସ୍ବତନ୍ତ୍ର ତାଲିମପ୍ରାପ୍ତ କମାଣ୍ଡୋ, ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର, ଆତଙ୍କବାଦୀ ନିରୋଧ ବାହିନୀ, ତଟରକ୍ଷୀ ବାହିନୀ, ଏନ୍ଡିଆର୍ଏଫ୍ ସଜାଗ ହୋଇ ରହିଛନ୍ତି। ପୋଲିସ ମହାନିର୍ଦେଶକ ୱାଇ.ବି. ଖୁରାନିଆଙ୍କ ସମେତ ୪ ଅତିରିକ୍ତ ପୋଲିସ ମହାନିର୍ଦେଶକ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି। ରଥଟଣା ବେଳେ ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ଗହଳି ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ପରିଚାଳନା ତଦାରଖ ପାଇଁ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ଓ ଅତିରିକ୍ତ ପୋଲିସ ମହା ନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ, ଜିଲାପାଳ ଚଞ୍ଚଲ ରାଣା, ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ଗୁଣ୍ଡିଚା ମନ୍ଦିରରେ ରହି ଦାରୁବ୍ରହ୍ମଙ୍କ ନୀତିକାନ୍ତି ଅନୁଧ୍ୟାନ କରୁଛନ୍ତି। ପ୍ରାୟ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଗମନାଗମନ, ପାନୀୟଜଳ ଓ ବିଦ୍ୟୁତ୍ ଯୋଗାଣ, ସୁରକ୍ଷା ଓ ପରିମଳ ବ୍ୟବସ୍ଥା କରାଯାଇଛି। ପୁରୀ ରେଳ ଷ୍ଟେସନ, ବଡ଼ଦାଣ୍ଡ, ରଥ ଚତୁଃପାର୍ଶ୍ବ, ବସଷ୍ଟାଣ୍ଡ, ଅସ୍ଥାୟୀ ଗାଡ଼ି ପାର୍କିଂ ଷ୍ଟାଣ୍ଡ, ସମୁଦ୍ର କୂଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……