ରିପୋର୍ଟ କାର୍ଡ / ନୂଆଦିଲ୍ଲୀ/ ଭୁବନେଶ୍ୱର
ସଂସଦର ବିଜନେସ ଆଡଭାଇଜରୀ କମିଟି ପାଇଁ ମନୋନୀତ ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ବିଭିନ୍ନ ଦଳର ୧୪ ଜଣ ସାଂସଦଙ୍କୁ କମିଟି ପାଇଁ ମନୋନୀତ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା। ଯେଉଁଥିରେ ଓଡ଼ିଶାରୁ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ସ୍ଥାନ ପାଇଛନ୍ତି। ସେହିପରି ବିଜନେସ୍ ଆଡଭାଇଜରୀ କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଲେ ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ, କଂଗ୍ରେସ ସାଂସଦ ଗୌରବ ଗୋଗୋଇ, ଡିଏମକେ ସାଂସଦ ଦୟାନିଧି ମାରନ। ବିଜେପି ସାଂସଦ ପିପି ଚୌଧୁରୀ, ଅନୁରାଗ ଠାକୁରଙ୍କ ଭଳି ନେତାଙ୍କୁ ବି ବିଜନେସ୍ ଆଡଭାଇଜରୀ କମିଟି ପାଇଁ ମନୋନୀତ କରିଛନ୍ତି ବାଚସ୍ପତି।






More Stories
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..
ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା…..
ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ,କଲମ ମନା…..