ରିପୋର୍ଟ କାର୍ଡ / ବାଲେଶ୍ୱର
ପ୍ରେମିକରି ହାତ ଧରିଥିଲେ ଜାନୁ ସିଂହ। ବିବାହର କିଛି ଦିନ ପରେ ସ୍ବପ୍ନ ଭାଙ୍ଗି ଯାଇଥିଲା | ମଦ ପିଇ ଆସି ସ୍ୱାମୀ ପ୍ରତିଦିନ ବାଡ଼ାଉଥିବା ବେଳେ ଗତକାଲି ପତ୍ନୀ ଜାନୁକୁ ମଦ୍ୟପ ସ୍ୱାମୀ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ କମାରପାଳ ପଞ୍ଚାୟତ ଛିଞ୍ଚିଡା ଗ୍ରାମରେ। ଜାନୁ ଔପଦା ଥାନା କମାରପାଳ ପଞ୍ଚାୟତ ଛିଞ୍ଚିଡା ଗ୍ରାମର ପାଣ୍ଡୁ ସିଂହଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ କିଛି ଦିନ ଭଲରେ ଚାଲିଥିଲା ସଂସାର ରଥ। ତା’ପରେ ଆରମ୍ଭ ହୋଇଯାଇଥିଲା ଜାନୁଙ୍କ ଉପରେ ଅତ୍ୟାଚାର। ପ୍ରତିଦିନ ମଦ ପିଇ ଜାନୁଙ୍କୁ ମାଡ଼ ମାରୁଥିଲେ ପାଣ୍ଡୁ। ଏନେଇ ଜାନୁ ନିଜ ପରିବାର ଲୋକଙ୍କ ପାଖରେ କହିଥିଲେ। ପରିବାର ଲୋକେ ମଧ୍ୟ ପାଣ୍ଡୁଙ୍କୁ ବହୁଥର ବୁଝାସୁଝା କରିଥିଲେ। ଗତକାଲି ବିଳମ୍ବିତ ରାତିରେ ପାଣ୍ଡୁ ମଦ ପିଇ ଘରୁ ଫେରିଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟ ବଚସା ହୋଇଥିଲା। ପରେ ପାଣ୍ଡୁ ଉତ୍କ୍ଷିପ୍ତ ହୋଇ ଜାନୁକୁ ପିଟିପିଟି ହତ୍ୟା କରିଥିବା ତାଙ୍କ ଭଉଣୀ ଔପଦା ଥାନାରେ ଅଭିଯୋଗ କରିଛନ୍ତି। ଜାନୁଙ୍କର ନାକ ଓ ପାଟିରୁ ରକ୍ତ ବାହାରୁଥିବା ନେଇ ଦେଖିବାକୁ ମିଳିଛି। ପୋଲିସ ସ୍ୱାମୀ ପାଣ୍ଡୁ ସିଂହଙ୍କୁ ଅଟକ ରଖି ପଚରାଉରା କରୁଛି।
More Stories
ଦୁଷ୍କର୍ମ ପରେ ଶିଶୁକନ୍ୟାକୁ ହତ୍ୟା….
କାଳବୈଶାଖୀ ଓ୍ବାର୍ନିଂ,୫୦ରୁ ୬୦ କି.ମି.ବେଗରେ ପବନ…..
ଭୁବନେଶ୍ୱରର ଦୁଇ ଷ୍ଟେସନ ନିକଟରୁ ୨ ମୃତଦେହ ଉଦ୍ଧାର…..