Report Card Odisha

| Daily Odia News

କଲେଜରେ ହେଉଛି ଦେହ ବେପାର…..

ରିପୋର୍ଟ କାର୍ଡ / ବଲାଙ୍ଗୀର

ସ୍କୁଲ କଲେଜ କୁ ମନ୍ଦିର ସହିତ ତୁଳନା କରାଯାଉଥିବା ବେଳେ ଅନେକ ସମୟରେ ଖରାପ କାର୍ଯ୍ୟକଳାପ ସାମ୍ନାକୁ ଆସୁଛି | କଲେଜରେ ଦିନରେ ପାଠ ପଢ଼ା, ରାତିରେ ଦେହ ବ୍ୟବସାୟ | ଆଉ ଦେହ ବେପାର କାର୍ଯ୍ୟରେ ନିୟୋଜିତ ଥିଲେ କଲେଜର ରାତ୍ର ଜଗୁଆଳୀ। ଏମିତି ଏକ ବିଚିତ୍ର କଲେଜ ଚାଲିଥିଲା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ରାତ୍ର ଜଗୁଆଳୀ ଓ ଜଣେ ଯୁବତୀଙ୍କୁ ଗିରଫ କରିଛି । ହେଲେ ଗ୍ରାହକ ଓ ଦେହ ବେପାରରେ ନିୟୋଜିତ ଯୁବତୀମାନେ ଫେରାର ହୋଇଯାଇଥିବା ଜଣାପଡିଛି | କଲେଜରେ ସେକ୍ସ ରାକେଟ ଚାଲିଥିବା ସମ୍ପର୍କରେ ଖବର ପାଇ ରାତିରେ ପାଟଣାଗଡ଼ ଥାନା ପୋଲିସ ଚଢ଼ଉ କରିଥିଲା। ଚଢ଼ଉ ସମ୍ପର୍କରେ ଖବର ପାଇ ଗ୍ରାହକମାନେ କଲେଜ ପାଚେରୀ ଡେଇଁ ପଳାଇ ଯାଇଥିଲେ। ଏହି ମାମଲାରେ ପୋଲିସ କଲେଜର ରାତ୍ର ଜଗୁଆଳୀ ଓ ବଲାଙ୍ଗିର ଅଞ୍ଚଳର ଜଣେ ଯୁବତୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥି ସହ କଲେଜ କୋଠରୀରୁ ଆପତ୍ତିଜନକ ସାମଗ୍ରୀ ଓ ଦୁଇଟି ବାଇକ୍‌ ଜବତ ହୋଇଥିବା ସୂଚନା ମିଳିଛି |

Breaking News