ରିପୋର୍ଟ କାର୍ଡ / ବଲାଙ୍ଗିର
ବଲାଙ୍ଗିର ଜିଲ୍ଲା ସଦର ଥାନା ଖୁଜେନପାଲି ରେଲୱେ ଟ୍ରାକରୁ ଜିଲ୍ଲା ବଣିକ ସଂଘ ସଭାପତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ତ୍ରିପୁରାରି ପାଣିଗ୍ରାହୀ। ରେଲୱେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ତେବେ ତ୍ରିପୁରାରି ପାଣିଗ୍ରାହୀଙ୍କ କିପରି ମୃତ୍ୟୁ ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି। ତ୍ରିପୁରାରି ପାଣିଗ୍ରାହୀ ଜିଲ୍ଲା ବଣିକ ସଂଘର ସଭାପତି ରହିବା ସହିତ ଜଣେ ଜଣାଶୁଣା ବ୍ୟବସାୟୀ ଥିଲେ। ତ୍ରିପୁରାରି ସନ୍ଦେହ ଜନକ ମୃତ୍ୟୁ ସମସ୍ତଙ୍କ ସ୍ତବ୍ଧ କରିଛି। ପୋଲିସ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..