ରିପୋର୍ଟ କାର୍ଡ / ବଲାଙ୍ଗିର
ପୌରସଂସ୍ଥାର ମହିଳା କର୍ମଚାରୀଙ୍କୁ ନିର୍ମମ ଭାବେ ହତ୍ୟା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବଲାଙ୍ଗିରରେ। ବଲାଙ୍ଗିର ବିଜାଖମନ ନିକଟରେ ଥିବା ପୌରସଂସ୍ଥାର ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରେ ପଡିଛି ମହିଳା ପୌର କର୍ମଚାରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ। ନିକଟରେ ଏକ ସାଇକେଲ ମଧ୍ୟ ପଡିରହିଛି। ମୃତ ମହିଳାଙ୍କ ହେଉଛନ୍ତି ୪୦ ବର୍ଷୀୟ ଅଷ୍ଟମୀ ବକୁଲ ବୋଲି ଜଣାପଡିଛି। ପୌର ସଂସ୍ଥାର ମଇଳା ଉଠା ଗାଡି ଚଲାଉଥିଲେ ଅଷ୍ଟମୀ ଗତକାଲି ସଂଧ୍ୟା ୬ଟାରୁ ନିଖୋଜ ଥିଲେ। ସିସିଟିଭି ଫୁଟେଜ ଅନୁଯାୟୀ ସେ ଗତକାଲି ସନ୍ଧ୍ୟାରେ ୱେଷ୍ଟ ମ୍ୟାନେଜମେଣ୍ଟ ପାଖରେ ସେ ଗାଡି ରଖିଥିଲେ। ଏହାପରେ ସେଠାରୁ ସେ ଚାଲିଯାଇଥିବା ଦେଖିବାକୁ ମିଳିଛି। ତେବେ ଫେରିବା ବାଟରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମହିଳା କର୍ମଚାରୀଙ୍କୁ ସନ୍ଧ୍ୟାରେ କାମ କରିବାକୁ ମ୍ୟୁନିସିପାଲଟି ବାଧ୍ୟ କରୁଥିବା ପୌରସଂସ୍ଥାର ଅନ୍ୟ କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହା ଜଣାପଡ଼ିନାହିଁ। ବଲାଙ୍ଗିର ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରୁଥିବା ସୂଚନା ମିଳିଛି |






More Stories
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..
ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ,କଲମ ମନା…..
ଲଘୁ ଖଣିଜରୁ ସଂଗୃହୀତ ପାଣ୍ଠି ସେହି ଜିଲ୍ଲାରେ ଖର୍ଚ୍ଚ କରାଯିବ……