Report Card Odisha

| Daily Odia News

ପୋଲିସ ମଦ ବେପାରୀ ମୁହାଁ ମୁଁହିଁ…..

ରିପୋର୍ଟ କାର୍ଡ / ବାଲିପାଟଣା 

ଚୋରାରେ ମଦ ବିକ୍ରି କରୁଥିବା ଦୋକାନ ଉପରେ ଚଢାଉ କରିବାକୁ ଯାଇଥିଲେ ପୋଲିସ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନରଦା ବଜରାରେ ଏପରି ଘଟଣା ଦେଖିବାକୁ ମିଳିଛି । ବେପାର କରୁଥିବା ଦୋକାନୀ ପରିବାର ଓ ସମର୍ଥକଙ୍କ ପକ୍ଷରୁ ରାସ୍ତାରୋକ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକାଧିକ ଲୋକଙ୍କୁ ଗିରଫ କରିଥିବା ବେଳେ ଆଉ କିଛି ଫେରାର ହୋଇଛନ୍ତି । ଖବର ଅନୁଯାୟୀ, ନରଦା ଗ୍ରାମରେ ଜଣେ ବ୍ୟକ୍ତି ଦିର୍ଘ ଦିନ ଧରି ଚୋରା ମଦ କାରବାର କରୁଥିଲେ । ରବିବାର ଦିନ ସାଧା ପୋଷାକ ଧାରୀ ପୋଲିସ ସେହି ଦୋକାନକୁ ଯିବା ସହ ମଦ ବିକ୍ରି ହେଉଥିବା ଦେଖିଥିଲେ । ପରେ ବାଲିପାଟଣା ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଦୋକାନରେ ଚଢାଉ କରିଥିଲେ । ଚଢାଉ ସମୟରେ ମଦ ଦୋକାନୀଙ୍କ ପରିବାର ଏବଂ ତାଙ୍କ ସମର୍ଥକ ପୋଲିସ୍ ଟିମ୍ ଉପରେ ଆକ୍ରମଣ କରିବା ସହ ଅଶ୍ଳିଳ ଭାଷାରେ ଗାଲି ଗୁଲଜ କରିଥିଲେ । ଗଣ୍ଡଗୋଳ ଘଟଣାର ସମସ୍ତ ଅଭିଯୁକ୍ତ ଆଜି ନିମାପଡ଼ା-ବାଲିପାଟଣା ରାସ୍ତା ନରଦା ଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଖବର ପାଇ ବାଲିପାଟଣା ଆଇଆଇସି ,ବାଲିଅନ୍ତା ଥାନା ଆଇଆଇସି , ପାହାଳ ଥାନା ଆଇଆଇସି , ବନମାଳିପୁର ଫାଣ୍ଡି ଅଧିକାରୀ ପହଁଞ୍ଚି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି ।

 

Breaking News