ରିପୋର୍ଟ କାର୍ଡ / କଟକ
କଟକ ବାଲିଯାତ୍ରାରେ ଠେଲାପେଲା ଯୋଗୁ ୨ ଜଣ ଅଚେତ ହୋଇପଡ଼ିଛନ୍ତି। ଗୁରୁବାର ସନ୍ଧ୍ୟାରେ ପ୍ରବଳ ଭିଡ଼ ଯୋଗୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ସନ୍ଧ୍ୟାରେ ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ରହିଥିଲା। ଏଥିପାଇଁ ପ୍ରବଳ ଭିଡ଼ ହୋଇଥିଲା। ଭିଡ଼ ଅସମ୍ଭାଳ ହେବାରୁ ଠେଲାପେଲା ହୋଇଥିଲା। ଯାହାଫଳରେ ୨ ଜଣ ବ୍ୟକ୍ତି ଅଣନିଃଶ୍ଵାସୀ ହୋଇ ଚେତା ହରାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ଖବରପାଇ ସ୍ଥିତି ନିୟନ୍ତ୍ରଣ କରିବା ଲାଗି ଅତିରିକ୍ତ ପୁଲିସ କମିଶନର ଘଟଣାସ୍ଥଳରେ ପହଞ୍ଚିଛନ୍ତି।






More Stories
ଆଜି ପବିତ୍ର ଦୋଳପୂର୍ଣ୍ଣିମା…..
ଗ୍ରୀଷ୍ମ ପ୍ରବାହ ପାଇଁ ଏସଓପି ଜାରି……
ଘୋଷଣା ହେଲା ମାଟ୍ରିକ୍ ରେଜଲ୍ଟ ତାରିଖ…..